ଯୁବ ସାମ୍ବାଦିକ ପ୍ରବୀରଙ୍କ ପରିବାରକୁ ମିଳିବ ୧୫ ଲକ୍ଷ

ଭୁବନେଶ୍ୱର: କରୋନାରେ ମୃତ୍ୟୁବରଣ କରିଥିବା ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ପରିବାରକୁ ଆର୍ଥିକ ସହାୟତା ଘୋଷଣା କରାଯାଇଛି। କର୍ମଜୀବୀ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ୧୫ ଲକ୍ଷ ଟଙ୍କାର ଅର୍ଥ ରାଶି ମଞ୍ଜୁର କରାଯାଇଛି। ରାଜ୍ୟ ସରକାର ଏହି ଅର୍ଥ ରାଶି ମଂଜୁରି କରିଛନ୍ତି। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ଗତ ନଭେମ୍ବର ୫ ତାରିଖରେ ପ୍ରବୀରଙ୍କ ମୃତ୍ୟୁ ଘଟିଥିଲା।
ସୂଚନାଯୋଗ୍ୟ, ପ୍ରଥମେ ପ୍ରବୀରଙ୍କ ବାପା କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟିଲା। ଏହାର କିଛି ଦିନ ପରେ ପ୍ରବୀର କରୋନାରେ ଆକ୍ରାନ୍ତ ହୋଇ ହୋଇଥିଲେ। ଗତ ନଭେମ୍ବର ୫ ତାରିଖରେ ପ୍ରବୀରଙ୍କ ମୃତ୍ୟୁ ଘଟିଥିଲା। ପ୍ରବୀରଙ୍କ ବିୟୋଗ ପରେ ପତ୍ନୀ ଓ ଛୋଟ ଝିଅ ଅଛନ୍ତି।
Comments are closed.