ଗଛରେ ପିଟି ହେଲା ବାଇକ୍, ୩ ମୃତ
ମାଲକାନଗିରି: ମାଲକାନଗିରି ଏମ୍ଭି-୧୬ ଗ୍ରାମ ନିକଟରେଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଜଣେ ଆହତ ହୋଇଥିବା ଜଣାପଡିଛି।
ମିଳିଥିବା ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନେ ହେଲେ ଶିଖପାଲୀ ଗ୍ରାମର ରାଜା ମାଢି, ତଳାଗୁଡାର ମୁକୁନ୍ଦ ପଡିଆମି ଏବଂ ଅନ୍ୟ ଜଣେ ୧୭ ବର୍ଷର ସିନ୍ଧ୍ରିମାଳର ଯୁବତୀ ହୋଇଥିବା ବେଳେ ତାଙ୍କର ପରିଚୟ ମିଳିନାହିଁ। ଶିଖପାଲୀ ଗ୍ରାମର ସୁନିତା ମାଢି ଗୁରୁତର ଆହତ ହୋଇଛନ୍ତି।
ପ୍ରକାଶ ଯେ, ଶିଖପାଲୀ ଗ୍ରାମରୁ ମାଲକାନଗିରି ନିକଟସ୍ଥ ସିନ୍ଧ୍ରିମାଳ ଗ୍ରାମକୁ ଗୋଟିଏ ମୋଟର ସାଇକଲରେ ଚାରି ଜଣ ବସି ଆସୁଥିବା ବେଳେ ଏମ୍ଭି-୧୬ ନିକଟସ୍ଥ ଏକ ଗଛରେ ପିଟି ହୋଇଥିଲେ। ଫଳରେ ଚାରି ଜଣ ବାଇକରୁ ଛିଟିକି ପଡିଥିଲେ।
ସେଥିମଧ୍ୟରୁ ୩ ଜଣ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମାଲକାନଗିରି ମେଡିକାଲକୁ ସ୍ଥାନାନ୍ତର କରିଥିଲା।
Comments are closed.