କରେନା: ରାଜ୍ୟରେ ସୁସ୍ଥ ହେଲେ ୪୫୮ ସଂକ୍ରମିତ

ଭୁବନେଶ୍ବର: ଦୀର୍ଘ ନଅ ମାସ ପରେ ରାଜ୍ୟରେ କମୁଛି କରୋନା ସଂକ୍ରମଣ। ରାଜ୍ୟରେ ଆଜି ଆଉ ୪୫୮ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ଫେରିଛନ୍ତି। ଏହା ସହ ରାଜ୍ୟରେ ମୋଟ ୩୧୭୮୭୦ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ୍ କରି ସୂଚନା ଦେଇଛି।
ଆଜି ଅନୁଗୁଳରୁ ସର୍ବାଧିକ ୪୮ ଜଣ ସୁସ୍ଥ ହୋଇଛନ୍ତି। ଅନୁଗଳ ବ୍ୟତୀତ ବଲାଙ୍ଗୀର ୪୪, ଖୋର୍ଦ୍ଧା ୪୧, ସୁନ୍ଦରଗଡ଼ ୩୭, ମୟୂରଭଞ୍ଜ ୩୫, କଟକ ୨୪, ନୂଆପଡ଼ା ୨୪, ଜଗତସିଂହପୁର ୨୨, ଯାଜପୁର ୧୯, ପୁରୀ ୧୯ ଓ ବାଲେଶ୍ବରରୁ ୧୪, କେନ୍ଦୁଝର ୧୪, ସମ୍ବଲପୁର ୧୪, କେନ୍ଦ୍ରାପଡ଼ା ୧୨, କୋରାପୁଟ ୧୧, କଳାହାଣ୍ଡି ୮, ମାଲକାନଗିରି ୮, ଭଦ୍ରକ ୭, ଦେବଗଡ଼ ୭, ନବରଙ୍ଗପୁର ୭, ନୟାଗଡ଼ ୭, ଗଞ୍ଜାମ ୬, ଝାରସଚଗୁଡ଼ା ୬, ଢ଼େଙ୍କାନାଳ ୫, ବରଗଡ଼ ୩, ବୌଦ୍ଧ ୨, ରାୟଗଡ଼ା ୨, ସୁବର୍ଣ୍ଣପୁର ୨, କନ୍ଧମାଳ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି।
Comments are closed.