ବିଦ୍ୟୁତ ତାରରେ ଲାଗିଗଲା ଲୁହାଛଡ଼, ଶ୍ରମିକ ମୃତ

ଭଞ୍ଜନଗର: ନିଳାଦ୍ରିବିହାର ସାହିର ୩ୟ ଲେନ୍ରେ ଏକ ଘର କାମ ଚାଲିଥିବା ବେଳେ ଜଣେ ଶ୍ରମିକ ୩୩ କେ.ଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଛନ୍ତି। ମୃତ ଶ୍ରମିକଙ୍କ ନାମ ଟୁନା ସ୍ୱାଇଁ ଓ ତାଙ୍କର ଘର ନିଗଟସ୍ଥ ଗାମୁଣ୍ଡି ଗ୍ରାମ ବୋଲି ଜଣାପଡିଛି।
ପ୍ରକାଶ ଯେ, ଆଜି ମଧ୍ୟାହ୍ନ ପ୍ରାୟ ୧୨ଟାରୁ ଗୋଟାଏ ମଧ୍ୟରେ ଏହି ଶ୍ରମିକ ଜଣକ ଲୁହା ଛଡ ଆଣିବା ପାଇଁ ଛାତ ଉପରକୁ ଯଇଥିବା ବେଳେ ଛାତ ସମ୍ମୁଖରେ ଯାଇଥିବା ୩୩ କେ.ଭି ବିଦ୍ୟୁତ ତାରରେ ଲୁହାଛଡ ଲାଗି ଯାଇଥିଲା। ଲୁହାଛଡରେ ବିଦ୍ୟୁତ ପ୍ରବାହିତ ହୋଇ ଏହି ଶ୍ରମିକ ଜଣଙ୍କ ଶରୀର ଜଳିଗଲା।
ଶ୍ରମିକଙ୍କ ଶରୀରର ଅର୍ଦ୍ଧଦଗ୍ଧ ହୋଇ ଯାଇଥିଲା। ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ପ୍ରଥମେ ଭଞ୍ଜନଗର ପରେ ବ୍ରହ୍ମପୁର ବଡ ମେଡିକାଲ ନିଆଯାଇଥିଲା। ଅପରାହ୍ନ ସାଢେ ୫ଟାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Comments are closed.