୧୪ରେ ବିଜେପି ନେତାଙ୍କ ଘର ଘେରାଉ କରିବେ ଚାଷୀ
ନୂଆଦିଲ୍ଲୀ: ଦିଲ୍ଲୀ-ଜୟପୁର ରାସ୍ତାକୁ ଚାଷୀ ଅବରୋଧ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। କୃଷି ଆଇନକୁ ପ୍ରତ୍ୟାହାର ଦାବି କରି ଚାଷୀ ଏହି ନିଷ୍ପତ୍ତି ନେଇଛନ୍ତି। ଏ ନେଇ ସୂଚନା ଦେଇଥିଲା ଚାଷୀ ସଂଘ।
ଭାରତୀୟ କୃଷକ ସଂଘର ମୁଖ୍ୟ ବଲବୀର ଏସ ରାଜୱାଲ କହିଛନ୍ତି ଯେ ଡିସେମ୍ବର ୧୨ରେ ଆମେ ଦିଲ୍ଲୀ-ଜୟପୁର ରାସ୍ତା ଅବରୋଧ କରିବୁ। ୧୪ ତାରିଖ ଦିନ ଆମେ ଡିସି କାର୍ଯ୍ୟାଳୟ, ବିଜେପି ନେତାଙ୍କ ଘର ଏବଂ ରିଲାଏନ୍ସ / ଆଦାନୀ ଟୋଲ ପ୍ଲାଜା ସମ୍ମୁଖରେ ବିରୋଧ କରିବୁ।
ହେଲେ ଟ୍ରେନ୍ ବନ୍ଦ କରିବା ନେଇ କୌଣସି କାର୍ଯ୍ୟକ୍ରମ ହୋଇ ନାହିଁ।ଯଦି କେନ୍ଦ୍ର ସରକାର କୃଷି ଆଇନକୁ ସଂଶୋଧନ କରିବାକୁ ପ୍ରସ୍ତୁତ, ତାହେଲେ କୃଷି ଆଇନ ପ୍ରତ୍ୟାହାର କରିବାରେ ଅସୁବିଧା କେଉଁଠି ରହିଛି ବୋଲି ସେ କହିଛନ୍ତି। ଏହାପୂର୍ବରୁ ରାକେଶ କହିଥିଲେ ଯେ ୧୫ଟି ସଂଶୋଧନ ମଧ୍ୟରୁ ୧୨ଟିରେ ସଂଶୋଧନ ପାଇଁ ସରକାର ପ୍ରସ୍ତୁତ।
ତେଣୁ ଏହାର ଅର୍ଥ ଆଇନରେ ତ୍ରୁଟି ରହିଛି। କିନ୍ତୁ କୌଣସି ଆଇନରେ ତ୍ରୁଟି ନାହିଁ ବୋଲି କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି। ଯଦି ଆଇନର କିଛି ପ୍ରସଙ୍ଗରେ ସଂରକ୍ଷଣ ଆବଶ୍ୟକତା ରହିଛି ତାହେଲେ ଦାବି ଅନୁଯାୟୀ ସରକାର କରିବେ। ଏଥିରେ ତ୍ରୁଟି ନାହିଁ ବୋଲି ତୋମାର କହିଛନ୍ତି।
Comments are closed.