ବିପୁଳ ପରିମାଣରେ ପିଡ଼ିଏସ ଚାଉଳ ଓ ଗହମ ଜବତ

ଭଞ୍ଜନଗର: ଗରିବ ଲୋକଙ୍କ ପାଇଁ ଆସୁଥିବା ପିଡ଼ିଏସ ଚାଉଳ ଓ ଗହମ ଚୋରା ଚାଲାଣ ବେଳେ ଜବତ କରାଯାଇଛି। ଏମିତି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ତାରାସିଂ ଥାନା ଗାୟାଗଣ୍ଡା ଗ୍ରାମରେ।
ଲୋକଙ୍କଠାରୁ କମ୍ ମୂଲ୍ୟରେ ପିଡ଼ିଏସ ସାମଗ୍ରୀ କିଣିବା ପରେ ତାକୁ ପୁନଃ ପ୍ୟାକିଙ୍ଗ କରି ବଜାରରେ ବିକ୍ରି କରି ଖୁବ୍ ଲାଭ କରୁଥିଲେ। ଦୀର୍ଘ ଦିନ ଧରି ଏପରି ଚୋରା ବେପାର ଚଳାଇ ମାଲେମାଲ ହେଉଥିବା ୨ ଭାଇଙ୍କୁ ଶେଷରେ ବାନ୍ଧିଛି ପୁଲିସ୍। ଗିରଫ ଅଭିଯୁକ୍ତଦ୍ୱୟ ହେଲେ ଏ.ସନ୍ତୋଷ କୁମାର ପାତ୍ର ଓ ଏ.ବାଉରୀ ପାତ୍ର।