ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ପ୍ରଦୀପ
କଟକ: ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ଠକେଇ ମାମଲାରେ ପ୍ରଦୀପ ଗିରଫ ହୋଇଥିବା ବେଳେ ଗତ ୭ ତାରିଖ ଭୁବନେଶ୍ବରର ଅତିରିକ୍ତ ଦୌରା ଜଜ୍ ଅଦାଲତରେ ତାଙ୍କ ଜାମିନ ଆବେଦନ ଖାରଜ କରିଥିଲେ। ଆଜି ଆଉ ଥରେ ପ୍ରଦୀପ ହାଇକୋର୍ଟରେ ଜାମିନ ଆବେଦନ ଦାୟର କରିଛନ୍ତି।
ଅନ୍ୟପଟେ, ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଦାୟର ହୋଇଥିବା ଦୁର୍ନୀତି ମାମଲାର ତଦନ୍ତ ଭିଜିଲାନ୍ସ କରିବ। ମାମଲାର ତଦନ୍ତ ଲାଗି ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଲେ ଲୋକାୟୁକ୍ତ। ୨ ମାସ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ଫେବୃୟାରୀ ୧୨ରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ। ମୁଖ୍ୟମନ୍ତ୍ରୀଙ୍କ ସୁପାରିସ୍କୁ ଗ୍ରହଣ କରି ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି। ଗତ ୭ ତାରିଖରେ ଲୋକାୟୁକ୍ତଙ୍କୁ ସୁପାରିସ୍ କରିଥିଲେ ମୁଖ୍ୟମନ୍ତ୍ରୀ।
ଲୋକାୟୁକ୍ତ ଗଠନ ପରେ ପ୍ରଥମ ମାମଲା ଭାବେ ସରକାର ଏହି ସୁପାରିସ କରିଥିଲେ। ଭାବି ଜ୍ୱାଇଁ ଆକାଶ ପାଠକଙ୍କ ଲିଙ୍କରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଡିସେମ୍ବର ୩ରେ କ୍ରାଇମ୍ବ୍ରାଞ୍ଚ ଗିରଫ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
Comments are closed.