ପୁଣି ଚର୍ଚ୍ଚାରେ ସାଂସଦ ଅନୁଭବ: ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଟିଭି ଉପସ୍ଥାପିକାଙ୍କ ସହ ଚା ପିଉଥିବାର ଫଟୋ

ଭୁବନେଶ୍ବର: ପୁଣି ଚର୍ଚ୍ଚାରେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି। ବାନ୍ଧବୀ ତଥା ରାଜ୍ୟସଭା ଟିଭିର ଉପସ୍ଥାପିକା ଜାଗ୍ରୁତି ଶୁକ୍ଳାଙ୍କ ବନ୍ଧୁ ଅଶ୍ୱିନୀ ଦୁବେଙ୍କ ସହ ସାକ୍ଷାତ ବେଳର ଫଟୋକୁ ଅନୁଭବ ନିଜ ଫେସବୁକ୍ ପେଜରେ ସେୟାର କରିବା ପରେ ଚର୍ଚ୍ଚାକୁ ଆସିଛନ୍ତି ସାଂସଦ। ଯାହାକି ଏବେ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ଏହି ପୋଷ୍ଟରେ ଅନୁଭବ ଅଶ୍ୱିନୀ ଦୁବେଙ୍କୁ ଜନ୍ମଦିନର ଶୁଭେଛା ଜଣାଇବା ସହ ତାଙ୍କର ମଙ୍ଗଳା କାମନା କରିଛନ୍ତି।
ଏହା ସହିତ ବାନ୍ଧବୀ ଜାଗ୍ରୁତିିଙ୍କୁ ପ୍ରକୃତ ବନ୍ଧୁ ବୋଲି ଦର୍ଶାଇ ଅନେକ ପ୍ରଶଂସା କରିଛନ୍ତି। କିଛି ଦିନ ପୂର୍ବେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ରହିବାକୁ ଚାହୁଁନଥିବା କହି ଦିଲ୍ଲୀ କୋର୍ଟରେ ଛାଡ ପତ୍ର ପାଇଁ ଆବେଦନ କରିଥିଲେ ଅନୁଭବ। ସେତେବେଳେ ମଧ୍ୟ ଜାଗୃତିଙ୍କ ସହ ଅନୁଭବଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ହୋଇଥିଲା। ସାଂସଦ ଅନୁଭବଙ୍କ ଏହି ପୋଷ୍ଟ ପୁଣି ଥରେ ସେହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି ଏବଂ ଜାଗ୍ରୁତିଙ୍କ ସହ ଅନୁଭବଙ୍କର ଘନିଷ୍ଠ ବନ୍ଧୁତ୍ୱ ଥିବା ସ୍ପଷ୍ଟ ହୋଇଛି ।
Comments are closed.