ଚାଷୀଙ୍କୁ କୃଷି ଆଇନ ସମ୍ପର୍କରେ ବୁଝାଇବ ବିଜେପି
![](https://www.odishalink.com/wp-content/uploads/2020/04/bjp.jpg)
ଭୁବନେଶ୍ୱର: କୃଷି ଆଇନକୁ ନେଇ ଚାଷୀଙ୍କୁ ବୁଝାଇବ ବିଜେପି। କୃଷକ ସମାବେଶ କରି କେନ୍ଦ୍ର କୃଷି ଆଇନ ସମ୍ପର୍କରେ ଚାଷୀଙ୍କୁ ବୁଝାଇବା ବିଜେପି। କଟକ, ବରଗଡ଼, ଢେଙ୍କାନାଳ, ବାଲେଶ୍ୱର, ଜୟପୁର ରେ କୃଷକ ସମାବେଶ କରିବ ଦଳ ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ। ସେ କହିଛନ୍ତି ଯେ, କୃଷି ଆଇନ ବିଷୟରେ ଚାଷୀଙ୍କୁ ବିଭ୍ରାନ୍ତ କରୁଛନ୍ତି କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ।
ଦେଶର ୭୦ ପ୍ରତିଶତ ଚାଷୀଙ୍କ ସ୍ୱାର୍ଥ ପାଇଁ ଏହି ଆଇନ ଅଣାଯାଇଛି। ତେଣୁ ପଛକୁ ଘୁଞ୍ଚିବାର ସମ୍ଭାବନା ନାହିଁ। ସେଥିପାଇଁ ଦେଶର ୭ଶହରୁ ଅଧିକ ଜିଲ୍ଲାରେ ସାମ୍ବାଦିକ ସମ୍ମିଳନୀ କରି ଚାଷୀଙ୍କୁ ଅବଗତ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି।
Comments are closed.