କଂଗ୍ରେସ ଚାଷୀଙ୍କ ସହ ରହିଛି ଓ ରହିବ: ତାରା
![](https://www.odishalink.com/wp-content/uploads/2020/12/tara.jpg)
ଭୁବନେଶ୍ବର: ଚାଷୀ ସମସ୍ୟା ନେଇ କଂଗ୍ରେସ ନେତା ତାରା ବାହିନୀପତି ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇଛନ୍ତି। ତାରା କହିଛନ୍ତି ଯେ, କଂଗ୍ରେସ ଚାଷୀଙ୍କ ପାଖକୁ ଯାଇ ମଣ୍ଡିରେ ପହଞ୍ଚିବା ସହିତ ସଚେତନ କରିବ। କଂଗ୍ରେସ ଦଳ ସବୁବେଳେ ଚାଷୀଙ୍କ ସହ ରହିଛି ଓ ରହିବ। ମଣ୍ଡିରେ କଟନି ଛଟନି ଚାଲିଛି। ଏସବୁ ସରକାର ତୁରନ୍ତ ବନ୍ଦ କରନ୍ତୁ। ନୂଆ କୃଷି ନୀତିରେ ବିଜେଡ଼ିର ମତାମତକୁ ନେଇ ବର୍ଷିଛନ୍ତି ତାରା।
ତାରା ଆହୁରି ମଧ୍ୟ କହିଛନ୍ତି ଯେ, ସଂସଦରେ ବିଲ୍ ପାସ୍ ବେଳେ ବିଜେଡି କାନ୍ଥର ବିଲେଇ ସାଜିଛି। କେଉଁ ଆଡ଼କୁ ଯିବ ବିଜେଡ଼ି ନିର୍ଦ୍ଧାରଣ କରିପାରୁନାହିଁ। ବିଲ୍ରେ ଯାହା ଅଛି ଚେଷୀ ଜାଣି ସାରିଲେଣି। ବିଜେପି ଯେତେ କହିଲେ ଚାଷୀ ବୁଝିବେ ନାହିଁ ବୋଲି କହିଛନ୍ତି କଂଗ୍ରେସ ନେତା ତାର ବାହିନୀପତି।
Comments are closed.