ଥମୁନି ପିଲା ଚୋରି, ପୁଣି ଶିଶୁ କନ୍ୟା ନିଖୋଜ

ଜଳେଶ୍ଵର: ଦିନକୁ ଦିନ ଶିଶୁ ଚୋରି ଆତଙ୍କ ବଢ଼ିବାରେ ଲାଗିଛି। ନୟାଗଡ଼ରେ ପରୀ ହତ୍ୟା ଘଟଣାର ତଦନ୍ତ ଚାଲିଥିବା ବେଳେ ପୁଣି ବାଲେଶ୍ଵର ବାଲିଆପାଳ ଅଞ୍ଚଳରେ ଜଣେ ଶିଶୁ କନ୍ୟା ନିଖୋଜ ହେବା ଘଟଣା ସାମ୍ମନା ଆସିଛି।
ବାଲିଆପାଳ ଥାନା ଜମ୍ଭୀରାଇ ଗ୍ରାମର ସାତ ବର୍ଷର ଶିଶୁ କନ୍ୟା ଗତ ଶୁକ୍ରବାର ସକାଳ ନଅ ଟାରୁ ନିଖୋଜ ହୋଇଛି। ହେଲେ ଘଟଣାକୁ ୪୮ ଘଣ୍ଟା ବିତି ଯାଇଥିଲେ ବି ପୁଲିସ ଶିଶୁର କୌଣସି ଖୋଜ ଖବର ପାଇ ପାରି ନାହିଁ। ଶିଶୁ କନ୍ୟାର ବାପାଙ୍କ ନାମ ବଳରାମ ପାତ୍ର।
ସୂଚନା ଅନୁସାରେ, ଗତ ୧୧ ତାରିଖରେ ଶିଶୁ କନ୍ୟାଟି ନିଜ ଘରଠାରୁ ଅଧ କିମି ଦୂର ସ୍ଥିତ ମାମୁଁ ଘରେ ରହୁଥିଲା । ସେ ନିଜ ଘରୁ ନଅଟା ସମୟରେ ବାହାରି ମାମୁ ଘରେ ପହଞ୍ଚି ଆଈକୁ ଖୋଜିଥିଲ।।
ଆଈକୁ ନ ପାଇ ରାସ୍ତା ଉପରକୁ ବାହାରି ଆସିଥିଲା। ସେଦିନ ଦକ୍ଷିଣ ବାଲିଆ ପାଳ ଅଞ୍ଚଳର ଜମ୍ଭୀରାଇ ସହିତ ଛଅଟି ପଂଚାୟତର ଲୋକେ ପେଟ୍ରୋ କେମିକାଲ ପ୍ଲାଣ୍ଟ ସ୍ଥାପନ ବିରୋଧରେ ୨୫ କିମି ମାନବ ଶୃଙ୍ଖଳ କରିଥିଲେ । ସମସ୍ତେ ଯେ ଯାହାର କାମରେ ବ୍ୟସ୍ତ ଥିଲେ ।
ସନ୍ଧ୍ୟା ସମୟରେ ମାକୁ ନେଉଳିର କଥା ମନେ ପଡିଲା। ମାଆ ନେଉଳିର ମାମୁଁଙ୍କୁ ପଚାରିବା ପରେ ନେଉଳି ନିଖୋଜ ବୋଲି ଜଣା ପଡ଼ିଥିଲା। ଗତ କାଲି ଗ୍ରାମର ବହୁ ଲୋକ ଡାକବାଜି ଯନ୍ତ୍ରରେ ନେଉଳି ନିଖୋଜ ବିଷୟରେ ଆଠ ଦଶଟି ପଞ୍ଚାୟତରେ ପ୍ରଚାର କରିଥିଲେ ମଧ୍ୟ ଆଜି ଯାଏ ନେଉଳିର ସନ୍ଧାନ ମିଳି ନ ପାରିବାରୁ ପରିବାର ତରଫରୂ ବାଲିଆ ପାଳ ଥାନାରେ ନିଖୋଜ ଅଭିଯୋଗ କରାଯାଇଛି । ପୋଲିସ ଅନୁସନ୍ଧାନ ଜାରି ରଖିଛି ।
Comments are closed.