୧୩ଲକ୍ଷ ଟଙ୍କାର ଗୁଟଖା ଜବତ କଲା ପୁଲିସ

ମାଲକାନଗିରି: ବିପୁଳ ପରିମାଣର ଗୁଟଖା ଚୋରା ଚାଲାଣ ବେଳେ ଜବତ କଲା ମାଲକାନଗିରି ମଡେଲ ଥାନା ପୁଲିସ। ଗୁଟୁଖାର ମୂଲ୍ୟ ଆନୁମାନିକ ପ୍ରାୟ ୮ ଲକ୍ଷ ଟଙ୍କା। ଏସବୁ ଗୁଟଖା କାଲିମେଳାକୁ ଚୋରା ଚାଲାଣ ହେଉଥିଲା।
ପୁଲିସ ୬ଟି ମାମଲା ରୁଜୁ କରି ୮ ଜଣଙ୍କୁ ଗିରଫ କରିଛି। ଆଜି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ମାଲକାନଗିରି ଏସଡିପିଓ ସୂଚନା ଦେଇଛନ୍ତି।
ସୂଚନାଅନୁସାରେ, ପୁଲିସ ମାଲକାନଗିରି ସଦର ମହକୁମା ବସଷ୍ଟାଣ୍ଡ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ସମୟରେ ଗୁଇନ୍ଦା ଠାରୁ ସୂଚନା ପାଇଥିଲା। ତାପରେ ସେଠାରେ ଥିବା ଏକ ଅଟୋକୁ ଯାଞ୍ଚ କରିବା ପରେ ସେଠାରୁ ଗୁଟକା ମିଳିଥିଲା। ପୁଲିସ ଅଟୋକୁ ଜବତ କରିବା ସହିତ ଡ୍ରାଇଭରକୁ ଗିରଫ କରି ଅଧିକ ପଚାରା ଉଚରା କରୁଛି। ଡ୍ରାଇଭରର ସୂୂଚନା ଆଧାରରେ ଚାପା ମାରିବା ପରେ ପୁଣି ପ୍ରାୟ ୫ ଲକ୍ଷ ଟଙ୍କାର ଗୁଟଖା ଜବତ କରାଯାଇଛି।
Comments are closed.