ଜାମିନ୍ ପାଇଁ ହାଇକୋର୍ଟ ଗଲେ ଆକାଶ
![](https://www.odishalink.com/wp-content/uploads/2020/12/akash-pathak-2.jpg)
କଟକ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଏବଂ ଠକେଇ ମାମଲାରେ ଗିରଫ ହୋଇଥିବା ଆକାଶ ପାଠକ ଜାମିନ୍ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଆକାଶ ବର୍ତ୍ତମାନ କ୍ରାଇମବ୍ରାଞ୍ଚର ୫ ଦିନିଆ ରିମାଣ୍ଡରେ ଅଛନ୍ତି। ଟାଟା ମୋଟର୍ସରେ ଜାଲିଆତି ନିଯୁକ୍ତି ନେଇ ଆକାଶଙ୍କୁ ମାରାଥନ ଜେରା କରୁଛି କ୍ରାଇମବ୍ରାଞ୍ଚ। ଏହାରି ମଧ୍ୟରେ ହାଇକୋର୍ଟରେ ଜାମିନ୍ ଆବେଦନ କରିଛନ୍ତି ଆକାଶ ପାଠକ।
ଏହା ପୂର୍ବରୁ ଆକାଶଙ୍କ ବାପା ଗିରଫ IFS ଅଧିକାରୀ ଅଭୟକାନ୍ତ ମଧ୍ୟ ଜାମିନ୍ ଲାଗି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଅନ୍ୟପଟେ ଠକେଇ ଓ ଜାଲିଆତି ମାମଲାରେ ଗିରଫ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପ୍ରଦୀପ ପୂର୍ବରୁ ହାଇକୋର୍ଟରେ ଜାମିନ୍ ଆବେଦନ କରିଥିବା ବେଳେ ଆଜି ରିଟ୍ ଫାଇଲ୍ କରିଛନ୍ତି। ତାଙ୍କ ଓକିଲଙ୍କ ସହ ସାକ୍ଷାତ ସୁଯୋଗ ଦେବାକୁ ରିଟରେ ଆବେଦନ କରିଛନ୍ତି ପ୍ରଦୀପ ପାଣିଗ୍ରାହୀ।
ସୂଚନାଯୋଗ୍ୟ, ଭାବି ଜ୍ୱାଇଁଙ୍କ ସହ ଟାଟା ମୋଟର୍ସରେ ଚାକିରି କରାଇ ଦେବା ନାଁରେ ଠକେଇ ଅଭିଯୋଗରେ କ୍ରାଇମବ୍ରାଞ୍ଚ ସାଇବର ସେଲ୍ ପ୍ରଦୀପଙ୍କୁ ଗିରଫ କରିଥିଲା। ପ୍ରଦୀପଙ୍କ ଦୁର୍ନୀତିର ତଦନ୍ତ ଲାଗି ରାଜ୍ୟ ସରକାରଙ୍କ ସୁପାରିସକୁ ଲୋକାୟୁକ୍ତ ଗ୍ରହଣ କରିବା ସହ ଭିଜିଲାନ୍ସକୁ ୨ ମାସ ଭିତରେ ପ୍ରାଥମିକ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
Comments are closed.