ଦେଶରେ କରୋନା: ୨୭ ହଜାର ୦୭୧ ନୂଆ ଆକ୍ରାନ୍ତ ଚିହ୍ନଟ
![](https://www.odishalink.com/wp-content/uploads/2020/12/coronavirus.jpg)
ନୂଆଦିଲ୍ଲୀ: ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୭ ହଜାର ୦୭୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୯୮ ଲକ୍ଷ ୮୪ ହଜାର ୦୭୧ କୁ ବୃଦ୍ଧି ପାଇଛି।
ତା ସହ ୩୩୬ କରୋନା ଆକ୍ରାନ୍ତ ମୃତ୍ୟୁ ବରଣ କରିଛନ୍ତି। ଏହାକୁ ମିଶାଇ ଦେଶରେ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୪୩ ହଜାର ୩୫୫କୁ ବୃଦ୍ଧି ପାଇଛି। ଅନ୍ୟପଟେ ଦେଶରେ ୩ ଲକ୍ଷ ୫୨ ହଜାର ୫୮୬ ଜଣ ଚିକିତ୍ସିତ ହେଉଛନ୍ତି।
୯୩ ଲକ୍ଷ ୮୮ ହଜାର ୧୫୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
Comments are closed.