୧୫ ଦିନର ଭୀଷଣ ଯୁଦ୍ଧ ପାଇଁ ଅସ୍ତ୍ରଶସ୍ତ୍ର ରଖିବାକୁ ସେନାକୁ ଅନୁମତି
ନୂଆଦିଲ୍ଲୀ : ଭାରତ- ଚୀନ ଉତ୍ତେଜନା ଥମିବାର ନାଁ ନେଉ ନାହିଁ। ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ରେ ଚୀନ୍ ସହ ଉତ୍ତେଜନା ଲାଗି ରହିଛି। ଏହି ସମୟରେ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି।
୧୫ ଦିନର ଭୀଷଣ ଯୁଦ୍ଧ ପାଇଁ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ମହଜୁଦ ରଖିବାକୁ ସେନାକୁ ସରକାର ଅନୁମତି ଦେଇଛନ୍ତି। ପୂର୍ବରୁ ସେନା ୧୦ ଦିନ ପାଇଁ ଅସ୍ତ୍ରଶସ୍ତ୍ର ମହଜୁଦ ରଖୁଥିଲା। ଚୀନ୍ ସହ ଉତ୍ତେଜନା ଏବଂ ପାକିସ୍ତାନ ପକ୍ଷରୁ ବାରମ୍ବାର କରାଯାଉଥିବା ଆକ୍ରମଣକୁ ଦେଖି ଏହି ନିଷ୍ପତ୍ତି ନିଆଯାଇଛି।
ଅସ୍ତ୍ରଶସ୍ତ୍ର ଗଚ୍ଛିତ ରଖିବାକୁ ୩ସେନାକୁ ପ୍ରାୟ ଅଧିକ ୫୦ ହଜାର କୋଟି ଖର୍ଚ୍ଚ କରିବାକୁୁ ହେବ। ବହୁବର୍ଷ ପୂର୍ବରୁ ଯୁଦ୍ଧକାଳୀନ ପରିସ୍ଥିତିରେ ୪୦ ଦିନ ପାଇଁ ଅସ୍ତ୍ରଶସ୍ତ୍ର ଗଚ୍ଛିତ ରଖିବାକୁ ନିଷ୍ପତ୍ତି ହୋଇଥିଲା।
ହେଲେ ଏସବୁକୁ ମହଜୁଦ ରଖିବା ଏକ କଷ୍ଟକର ବ୍ୟାପାର। ଏହାଛଡ଼ା ସମୟ ସହ ଯୁଦ୍ଧର କୌଶଳ ଓ ଉପକରଣ ବଦଳୁଥିବାରୁ ଏତେ ଦିନ ପାଇଁ ମହଜୁଦ ରଖିବାକୁ ନେଇ ପ୍ରଶ୍ନ ଉଠିଥିଲା। ଏ ନେଇ ପରେ ଏହାକୁ ୧୦ ଦିନକୁ କମାଇ ଦିଆଯାଇଥିଲା।
Comments are closed.