ଜଷ୍ଟିସ ଏସ୍ ମୁରଲୀଧର ହେବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି

କଟକ: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ଏସ୍ ମୁରଲୀଧର। ଏଥିପାଇଁ ସୁପ୍ରିମକୋର୍ଟ କଲେଜିୟମ୍ ଜଷ୍ଟିସ୍ ମୁରଲୀଧରଙ୍କ ନାଁ ସୁପାରିଶ କରିଛି। ସେ ବର୍ତ୍ତମାନର ମୁଖ୍ୟ ବିଚାରପତି ମହମ୍ମଦ ରଫିକଙ୍କ ସ୍ଥାନ ନେବେ। ତେବେ ଜଷ୍ଟିସ୍ ମୁରଲୀଧର ବର୍ତ୍ତମାନ ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ବିଚାରପତି ଅଛନ୍ତି। ସେ ୨୦୨୦ ମାର୍ଚ୍ଚ ୬ରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ବିଚାରପତି ଦାୟିତ୍ଵ ଗ୍ରହଣ କରିଥିଲେ। ୨୦୦୬ ମାର୍ଚ୍ଚ ୬ରେ ରାଷ୍ଟ୍ରପତିଙ୍କ ଦ୍ଵାରା ଦିଲ୍ଲୀ ହାଇକୋର୍ଟରେ ବିଚାରପତି ଭାବେ ତାଙ୍କୁ ନିଯୁକ୍ତି ଦିଆଯାଇଥିଲା।
୯୮୪ରେ ସେ ଚେନ୍ନାଇରେ ଓକିଲାତି ଆରମ୍ଭ କରିଥିଲେ ଜଷ୍ଟିସ ମୂରଲୀଧର। ଏହାପରେ ସେ ସୁପ୍ରିମକୋର୍ଟ ଓ ଦିଲ୍ଲୀ ହାଇକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ସେ ସୁପ୍ରିମକୋର୍ଟ ଆଇନସେବା କମିିଟି ପକ୍ଷରୁ ବହୁ ଗୁରୁତ୍ବପୂର୍ଣ୍ଣ ମାମଲା ପରିଚାଳନା କରିଥିଲେ। ଭୋପାଳ ଗ୍ୟାସ୍ ଘଟଣାର ପୀଡିତ ଓ ନର୍ମଦା ଡ୍ୟାମ୍ ବିସ୍ଥାପିତଙ୍କ ସମସ୍ୟା ସଂପର୍କିତ ମାମଲାର ପରିଚାଳନା କରିଥିଲେ ମଧ୍ୟ ସେ।
Comments are closed.