ମନୋଜ ଦାସଙ୍କ ପାଇଁ ପଡୁଚେରୀ ଗଲା ମେଡିକାଲ ଟିମ୍

ଭୁବନେଶ୍ୱର: ସାହିତ୍ୟିକ ମନୋଜ ଦାସଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଏକ ମେଡିକାଲ ଟିମ୍ ପୁଡୁଚେରୀ ଯାଇଛି। ବିଶିଷ୍ଟ ସାହିତି୍ୟକ ମନୋଜ ଦାସ ଦୀର୍ଘ ଦିନ ଧରି ଅସୁସ୍ଥ ଥିବାବେଳେ ପୁଡୁଚେରୀରେ ଚିକିତ୍ସିତ ହେଉଛନ୍ତି। ମନୋଜ ଦାସଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ ପାଇଁ ଉକ୍ତ ଟିମ୍ ପୁଡୁଚେରୀ ଯାଇଛି।
ଏହି ଅବସରରେ ସେଠାରେ ପହଞ୍ଚିଥିବା ଡାକ୍ତର ବିରଞ୍ଚି ନାରାୟଣ ମହାପାତ୍ର ମନୋଜଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଡାକ୍ତରୀ ଟିମ ସହ ଆଲୋଚନା କରିଛନ୍ତି। ଆଜି ଅପରାହ୍ନରେ ସମ୍ପୃକ୍ତ ମେଡିକାଲ ଟିମ ରାଜ୍ୟ ସରକାରଙ୍କୁ ବିସ୍ତୃତ ରିପୋର୍ଟ ଦେବେ ବୋଲି ଜଣାଯାଇଛି।
ମନୋଜ ଦାସଙ୍କ ଚିକିତ୍ସା ପାଇଁ ପୂର୍ବରୁ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ ଯାଇଥିଲା। ଡାକ୍ତର ଟିମ ପୁଡୁଚେରୀ ପଠାଯାଇଥିବା ନେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ସୂଚନା ଦେଇଥିଲେ। ଏନେଇ ଶ୍ରୀ ଷଡ଼ଙ୍ଗୀ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ କୃତଜ୍ଞତା ଜଣାଇଥିଲେ।
Comments are closed.