ଜିରୋ ନାଇଟ୍ ସେଲିବ୍ରେସନ ମନା

ଭୁବନେଶ୍ୱର: କରୋନା ମହାମାରୀ ପାଇଁ ଏଥର ଜିରୋ ନାଇଟ୍ ସେଲିବ୍ରେସନକୁ ମନା କରାଯାଇଛି। ଏ ନେଇ ସୂଚନା ଦେଇଛନ୍ତି ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ଏବର୍ଷ ଜିରୋ ନାଇଟ ସେଲିବ୍ରେସନ ହେବନି କମିଶନର କହିଛନ୍ତି। ବର୍ତ୍ତମାନର ଗାଇଡଲାଇନ ଅନୁସାରେ ୩୧ ରାତି ଉତ୍ସବ ମନା କରାଯାଇଛି। ନୂଆବର୍ଷ ପାଳନ ନେଇ ୩୧ ରାତିରେ ଉତ୍ସବ ଆୟୋଜନକୁ ମନା କରାଯାଇଛି।
ସେହିପରି ଜାନୁଆରୀ ୩ ତାରିଖ ଠାରୁ ଖୋଲିପାରିବ ଅନ୍ୟ ଧାର୍ମିକ ଅନୁଷ୍ଠାନ। ଯେଉଁମାନେ ୩ରୁ ଖୋଲିବାକୁ ଚାହିଁବେ, ପୂର୍ବରୁ ଅଣ୍ଡରଟେକିଂ ଦେବେ। ସଂପୃକ୍ତ ଅନୁଷ୍ଠାନ ପରିଚାଳନାରେ ଥିବା କମିଟି ଅଣ୍ଡରଟେକିଂ ଦେବେ। କୋଭିଡ଼ ଗାଇଡଲାଇନ ପାଳନ ନେଇ ଅଣ୍ଡରଟେକିଂ କମିଟି ଦେବ। ପରିସରରେ ସ୍ଥାନ ଦେଖି କେତେ ଲୋକ ରହିପାରିବେ ଲେଖିକି ଦେବେ।
Comments are closed.