ଆଖୁ ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ଉପହାର, ୩୫୦୦ କୋଟିର ସବ୍ସିଡି ଘୋଷଣା

ନୂଆଦିଲ୍ଲୀ: ଦେଶରେ ଚାଷୀ ଆନ୍ଦୋଳନ ଚାଲିଥିବା ବେଳେ କେନ୍ଦ୍ର ସରକାର ଆଖୁଚାଷୀମାନଙ୍କ ପାଇଁ ଏକ ବଡ଼ ପ୍ୟାକେଜ୍ ଘୋଷଣା କରିଛନ୍ତି। ଆଜି କେନ୍ଦ୍ର କ୍ୟାବିନେଟ ଆଖୁଚାଷୀଙ୍କ ପାଇଁ ପ୍ରାୟ ୩୫୦୦ କୋଟି ଟଙ୍କାର ସବସିଡି ମଞ୍ଜୁର କରିଛନ୍ତି। ଏହି ସବସୀଡି ରାଶି ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଯିବ। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଦ୍ବାରା ପ୍ରାୟ ୫ କୋଟି ଆଖୁଚାଷୀ ଓ ଚିନି ମିଲଗୁଡିକରେ କାମ କରୁଥିବା ପ୍ରାୟ ୫ ଲକ୍ଷ କର୍ମଚାରୀ ଉପକୃତ ହେବେ।
ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡ଼େକର କହିଛନ୍ତି ଯେ, ସବସୀଡି ଅର୍ଥ ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଯିବ। ଏହାଫଳରେ ଚାଷୀମାନେ ନିଜର ବକେୟା ପରିଶୋଧ କରିପାରିବେ। ଚଳିତ ଚିନି ମାର୍କେଟିଂ ବର୍ଷରେ ଭାରତ ପ୍ରାୟ ୬୦ ଲକ୍ଷ ଟନ ଚିନି ବିଦେଶକୁ ରପ୍ତାନି କରିବ। ସେ କହିଛନ୍ତି ଭାରତରେ ଚାହିଦା ପ୍ରଚୁର ପରିମାଣରେ ଚିନି ଉତ୍ପାଦନ ହେଉଥିବାରୁ ଆଖୁଚାଷୀମାନେ କ୍ଷତି ସହୁଛନ୍ତି। ରପ୍ତାନି ଦ୍ବାରା ଚାଷୀମାନେ ନିଜର କ୍ଷତି ଭରଣା କରିପାରିବେ।
ଜାଭଡେକର ଆହୁରି କହିଛନ୍ତି ଯେ, ଆନ୍ତଃ ରାଜ୍ୟ ପରିବହନ ଏବଂ ବିତରଣ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ୬ଟି ରାଜ୍ୟ ପାଇଁ ଉତ୍ତର ପୂର୍ବାଞ୍ଚଳ ପାୱାର ସିଷ୍ଟମ ଉନ୍ନତି ପ୍ରକଳ୍ପର ସଂଶୋଧିତ ମୂଲ୍ୟ ଆକଳନକୁ କ୍ୟାବିନେଟ କମିଟି ଅନୁମୋଦନ କରିଛି।ଭାରତ ବିଶ୍ବର ୧ ନମ୍ବର ଚିନି ଉତ୍ପାଦନ କାରୀ ରାଷ୍ଟ୍ର। ୨୦୧୯-୨୦ ବର୍ଷରେ ଭାରତରେ ୩୧୦ ନିୟୁତ ଟନ ଚିନି ଉତ୍ପାଦନ ହୋଇଥିବାବେଳେ ଦେଶର ଚିନି ଚାହିଦା ମାତ୍ର ୨୬୦ ଲକ୍ଷ ଟନ ଥିଲା।
Comments are closed.