Odisha Link
Bridging the Missing Links in Odisha

୫ ବର୍ଷରେ ଉତ୍ପାଦନ ହେବ କୋଟି କୋଟି ମୋବାଇଲ ଓ ଲାପ୍‌ଟପ୍‌: ରବି ଶଙ୍କର

ନୂଆଦିଲ୍ଲୀ: ଭାରତରେ ଆସନ୍ତା ୫ ବର୍ଷରେ ୧୦୦ କୋଟି ମୋବାଇଲ ଫୋନ୍‌ ଉତ୍ପାଦନ ହେବ। ଏହା ସହିତ ୫ କୋଟି ଟିଭି ସେଟ୍‌ ଏବଂ ୫ କୋଟି ଲାପ୍‌ଟପ୍‌ ତଥା ଟାବ୍‌ଲେଟ୍‌ ଉତ୍ପାଦନ କରାଯିବ। ଏନେଇ ଯୋଗାଯୋଗ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏହି ସୂଚନା ଦେଇଛନ୍ତି। ଦେଶରେ ୪ଜି କାର୍ଯ୍ୟ କରୁଥିବାବେଳେ ଖୁବ୍‌ଶୀଘ୍ର ୫ଜି ସେବାର ପରୀକ୍ଷଣ ଆରମ୍ଭ ହେବ ବୋଲି ପ୍ରସାଦ ସୂଚନା ଦେଇଛନ୍ତି ।

ଭାରତୀୟ ଶିଳ୍ପ ମହାସଂଘ(ସିଆଇଆଇ) ପକ୍ଷରୁ ଆୟୋଜିତ ଏକ ଭର୍ଚୁଆଲ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସେ ଏହି ସୂଚନା ଦେଇଛନ୍ତି । ଆସନ୍ତା ୫ ବର୍ଷରେ ଭାରତର ଡିଜିଟାଲ ଅର୍ଥନୀତି ୧ ଟ୍ରିଲିୟନ ଡଲାରରେ ପହଞ୍ଚିବ ବୋଲି ପ୍ରସାଦ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

Comments are closed.