ଭିଜିଲାନ୍ସ ଜାଲରେ ପ୍ରଧାନ ଶିକ୍ଷକ

ବରଗଡ଼: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ପ୍ରଧାନ ଶିକ୍ଷକ। ବରଗଡ଼ ଗଣ୍ଠିଆପାଲି ଉଚ୍ଚ ବିଦ୍ୟାଳୟରେ ଇଂଚାର୍ଜ ପ୍ରଧାନ ଶିକ୍ଷକଙ୍କ ଘରେ ହୋଇଛି ରେଡ଼ । ଇଂଚାର୍ଜରେ ଥିବା ପ୍ରଧାନ ଶିକ୍ଷକଙ୍କର ନାମ ହେଉଛି ପ୍ରମୋଦ ପାଣିଗ୍ରାହୀ।
ତେବେ ତିଳେଇମାଲ, ଆଗଲପୁର, ଓ ସୋନପୁର ଜିଲ୍ଲା ଡୁଙ୍ଗୁରିପାଳି ଇତ୍ୟାଦି ସ୍ଥାନରେ ଥିବା ଘରେ ସୋନପୁର ଭିଜିଲାନ୍ସ ୟୁନିଟ ସମେତ ୪ ଟି ଟିମ ମିଳିତର ଭାବରେ ଚଢ଼ାଉ ଜାରି ରହିଛି। ମାସିକ ବେତନ ୩୦ରୁ ୪୦ ହଜାର ପାଉଥିବା ଶିକ୍ଷକ ପୁଳା ପୁଳା ଟଙ୍କା କେମିତି ରୋଜଗାର କରୁଛନ୍ତି ସେ ନେଇ ତନାଘନା ଜାରି ରହିଛି। ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି ଟିମ।
ଡିଏସପି ପରମେଶ୍ୱର କିଶାନଙ୍କ ନେତୃତ୍ୱରେ ଚଢାଉ। ବରଗଡ ଜିଲ୍ଲା ବରପାଲି ସମେତ ବଲାଙ୍ଗିର ଜିଲ୍ଲା ଆଗଲପୁର, ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଓ ତିଲେଇମାଲରେ ଚଢାଉ। ନଗଦ ଲକ୍ଷାଧିକ ଟଙ୍କା ଓ ବିପୁଳ ପରିମାଣର ସୁନା ଠାବ ହୋଇଥିବା ସୂଚନା।
Comments are closed.