ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଲେ ମହମ୍ମଦ ଆମୀର, କହିଲେ-ମାନସିକ ନିର୍ଯାତନା ସହି…

ଇସଲାମମାଦ: ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଲେ ପାକିସ୍ତାନ କ୍ରିକେଟ ଦଳର ଦ୍ରୁତ ବୋଲର ମହମ୍ମଦ ଆମୀର। ୨୮ ବର୍ଷୀୟ ଏହି ଖେଳାଳି କ୍ରିିକେଟରୁ ସନ୍ନ୍ୟାସ ନେବା ସହିତ ପାକିସ୍ତାନ କ୍ରିକେଟ୍ ବୋର୍ଡର ଗୁମର ଖୋଲିଛନ୍ତି। ଯାହା କ୍ରିକେଟ ଜଗତରେ ଚହଳ ପକାଇଛି।
୨୮ ବର୍ଷୀୟ ଆମୀର କ୍ରିକେଟକୁ ଅଲବିଦା କରିବା ପାକିସ୍ତାନ କ୍ରିକେଟ ବୋର୍ଡର ଗୁମର ଖୋଲିଛନ୍ତି। ସେ କହିଛନ୍ତି ଯେ, ପାକିସ୍ତାନ କ୍ରିକେଟ ବୋର୍ଡ କେମିତି ନିଜ ଦେଶର କ୍ରିକେଟରଙ୍କୁ ମାନସିକ ନିର୍ଯାତନ ଦେଉଛି। ସେ ଆହୁରି କହିଛନ୍ତି ଯେ, ଏଭଳି ମାନସିକତା ରଖିଥିବା ମ୍ୟାନେଜମେଣ୍ଟ ଅଧୀନରେ ଆଉ କ୍ରିକେଟ ଖେଳିପାରିବିନି। ବର୍ତ୍ତମାନ ମୁଁ କ୍ରିକେଟରୁ ସନ୍ୟାସ ନେଉଛି ବୋଲି କହିଛନ୍ତି।
ଏଥିସହିତ ମୋତେ ମାନସିକ ନିର୍ଯାତନା ଦିଆଯାଉଛି। ମୁଁ ଏହାକୁ ସହିପାରୁନି। ୨୦୧୦-୨୦୧୫ ଯାଏ ମୁଁ ବହୁତ ନିର୍ଯାତନା ଦେଖିଛି। ମୋତେ ଅନେକ ଲୋକ କହୁଛନ୍ତି ଯେ ପିସିବି ତୁମ ପାଇଁ ବହୁତ କିଛି କରିଛି। ବାରମ୍ବାର ଏକଥା ଶୁଣିବାକୁ ମିଳୁଛି ବୋଲି କହିଛନ୍ତି।
Comments are closed.