୪ ଦିନିଆ ରିମାଣ୍ଡରେ ଗଲେ ଆକାଶ
![](https://www.odishalink.com/wp-content/uploads/2020/12/akash-pathak-2.jpg)
ଭୁବନେଶ୍ୱର: ୪ଦିନିଆ ରିମାଣ୍ଡରେ ଗଲେ ଆକାଶ ପାଠକ। ସ୍କାଏକିଙ୍ଗ୍ ଠକେଇ ମାମଲାରେ ଆକାଶ ପାଠକଙ୍କୁ ୪ଦିନିଆ ରିମାଣ୍ଡରେ ନେଇ କମିଶନରେଟ୍ ପୋଲିସ। ଏଥିପାଇଁ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟ ଅନୁମତି ଦେଇଛନ୍ତି। ସ୍କାଏକିଙ୍ଗ ପକ୍ଷରୁ ଠକେଇ ନେଇ ଖାରବେଳନଗର ଥାନା ପୋଲିସରେ ଅଭିଯୋଗ ହୋଇଥିଲା।
ଟାଟା ମୋଟର୍ସର ଏମ୍ଡି କହି ସ୍କାଏକିଙ୍ଗରୁ ଚାର୍ଟର ପ୍ଲେନ୍ ବୁକ୍ କରିଥିଲେ ଆକାଶ। ଲକ୍ଡାଉନ୍ ସମୟରେ ଭାବୀ ଶ୍ୱଶୂର ଓ ପରିବାର ସଦସ୍ୟଙ୍କ ସହ ଅୟସ କରୁଥଲେ। ଟାଟାର ଜାଲ୍ ଲୋଗୋ ଓ ଲେଟରପ୍ୟାଡ୍ରେ ଆକାଶ ନିଜେ ଚିଠି ଲେଖି ଏସବୁ ବୁକିଂ କରିଥିଲେ।
ଏସମ୍ପର୍କିତ ଦସ୍ତାବିଜ୍ ପୋଲିସକୁ ଦେଇଛି ସ୍କାଏକିଙ୍ଗ। ଚାର୍ଟର ଫ୍ଲାଇଟ୍ ବୁକିଂ ବାବଦରେ ୨କୋଟିରୁ ଅଧିକ ଟଙ୍କାର ବିଲ୍ ହୋଇଥିଲା। ସେହିପରି ଷ୍ଟାର ହୋଟେଲ୍ ବୁକିଂ ବାବଦରେ ୧୭ ଲକ୍ଷରୁ ଅଧିକ ବିଲ୍ ହୋଇଥିଲା। ଆକାଶ ପାଠକ ମୁଖା ଖୋଲିବା ସହ ଖାରବେଳନଗର ଥାନାରେ ସ୍କାଏକିଙ୍ଗ ଫେରାଦ ହୋଇଥିଲା। ଆକାଶଙ୍କୁ ରିମାଣ୍ଡରେ ନେଇ ସ୍କାଏକିଙ୍ଗ୍ ଠକେଇ ମାମଲାର ତନାଘନା କରିବ ପୋଲିସ।
Comments are closed.