Odisha Link
Bridging the Missing Links in Odisha

ବିଧାୟକ ପଦରୁ ଇସ୍ତଫା ଦେଲେ ଜିତେନ୍ଦ୍ର ତିୱାରୀ

ପଶ୍ଚିମବଙ୍ଗ: ଆଗକୁ ଆସୁଛି ପଶ୍ଚିମବଙ୍ଗ ନିର୍ବାଚନ। ହେଲେ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ଅଡୁଆ ବଢ଼ିବାରେ ଲାଗିଛି। ଶୁଭେନ୍ଦୁ ଅଧିକାରୀଙ୍କ ପରେ ପାର୍ଟିର ବିଧାୟକ ତଥା ଆସନସୋଲ ନଗରନିଗମର ଅଧ୍ୟକ୍ଷ ଜିତେନ୍ଦ୍ର ତିୱାରୀ ଆଜି ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ଦଳରୁ ଇସ୍ତଫା ଦେବା ପରେ ସେ ୧୯ ତାରିଖ ଦିନ ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି।

ଗୋଟିଏ ଦିନ ପୂର୍ବରୁ ଜିତେନ୍ଦ୍ର ରାଜ୍ୟସରକାରଙ୍କ ଉପରେ ଟାର୍ଗେଟ୍ କରିଥିଲେ। କେନ୍ଦ୍ରରୁ ରାଜ୍ୟକୁ ଦେଉଥିବା ଅନୁଦାନର ଖର୍ଚ୍ଚକୁ ନେଇ ପ୍ରଶ୍ନ ଉଠାଇଥିଲେ । ସେ କହିଥିଲେ କି ରାଜ୍ୟସରକାରଙ୍କ ରାଜନୀତି ପାଇଁ ଆସନସୋଲ ନଗର ନିଗମକୁ କେନ୍ଦ୍ରରୁ ମିଳୁଥିବା ଅନୁଦାନ କାର୍ଯ୍ୟରେ ଲାଗୁ ନାହିଁ ବୋଲି ସେ କହିଥିଲେ।

ଏନେଇ ରିବିବାର ଦିନ ଜିତେନ୍ଦ୍ର ତିୱାରୀ ସହରୀ ବିକାଶ ମନ୍ତ୍ରୀ ହକିମ୍ ଙ୍କୁ ଚିଠି ଲେଖିଥିଲେ। ସେ ଲେଖିଥିଲେ କି ମମତା ବାନାର୍ଜୀଙ୍କ ରାଜନୀତି ଯୋଗୁଁ ଆସନସୋଲ ନଗର ନିଗମକୁ କେନ୍ଦ୍ରସରକାର ଦେଇଥିବା ୨ ହଜାର କୋଟି ଟଙ୍କା ବିନିଯୋଗ ହୋଇପାରୁ ନାହିଁ। ଏହି ଅନୁଦାନ ସ୍ମାର୍ଟ ସିଟିର ବିକାଶ ପାଇଁ କେନ୍ଦ୍ର ସରକାର ଦେଇଥିଲେ। ସେ ଆହୁରି ଆରୋପ ଲଗାଇଛନ୍ତି କି ଏନେଇ ମୁଁ ୫ ଥର ମନ୍ତ୍ରୀ ହକିମ୍ ଙ୍କୁ ଚିଠି ଲେଖିଛନ୍ତି। ହେଲେ କିଛି ଉତ୍ତର ମିଳିନାହିଁ। ହେଲେ ଶେଷ ଚିଠିଟିକୁ କେହି ଖୋଲି ଦେଇଥିଲେ । ଏଭଳି ଅସନ୍ତୁଷ୍ଟ ହୋଇ ଜିତେନ୍ଦ୍ର ତିୱାରୀ ଆଜି ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି।

ପ୍ରକାଶ ଯେ, ପଶ୍ଚିମବଙ୍ଗ ନିର୍ବାଚନକୁ ପାଖା ପାଖି ୬ ମାସ ବାକି ରହିଛି। ହେଲେ ଏବେ ଠାରୁ ପଶ୍ଚିମବଙ୍ଗ ରାଜନୀତି ପୁରା ସରଗରମ ହେବା ଦେଖା ଦେଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ୨ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇଥିବା ବେଳେ ୨ ଦିନ ଯାକ ତାଙ୍କ ରାଲି ଉପରେ ଆକ୍ରମଣ ହୋଇଥିଲା। ଏହାକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଅନେକ ତୁ ତୁ ମେ ମେ ଦେଖିବାକୁ ମିଳୁଛି।

ଏହାରି ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅମିତ୍‌ ଶାହା ଆସନ୍ତା ୧୯ ତାରିଖରେ ପଶ୍ଚିମବଙ୍ଗ ଗସ୍ତରେ ଯିବେ। ଏହା ପୂର୍ବରୁ ଜଣଙ୍କ ପରେ ଜଣେ ଟିଏମସି ମନ୍ତ୍ରୀ ଓ ବିଧାୟକ ଦଳରୁ ଇସ୍ତଫା ଦେଉଥିବାରୁ ସେମାନେ ୧୯ ତାରିଖରେ ଅମିତ୍ ଶାହାଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଇ ପାରନ୍ତି ବୋଲି ଅନୁମାନ କରାଯାଉଛି।

Comments are closed.