ପୁଣି ଆଉ ଏକ ଶିଶୁ ନିଖୋଜ

ଗଜପତି: ରାଜ୍ୟରେ ପ୍ରତିଦିନ ଶିଶୁ ନିଖୋଜ ଓ ମୃତ୍ୟୁ ମାମଲା ଦେଖିବାକୁ ମିଳିଛୁ। ଅଚାନକ ଗାଁ ଦାଣ୍ଡରୁ ଗାଏବ ହୋଇ ଯାଉଛନ୍ତି କଅଁଳ ଶିଶୁ। କିଏ ମାସ ମାସ ଧରି ନିଖୋଜ ରହୁଛି ତ କାହାର ମୃତଦେହ ମିଳୁଛି। ଆଜି ପୁଣି ଶିଶୁ ନିଖୋଜ ନେଇ ଅଭିଯୋଗ ହୋଇଛି।
ଗଜପତି ଜିଲ୍ଲା କାଶୀନଗର ଏନଏସି କୁମୁଟି ସାହିର ୬ ବର୍ଷର ଜଣେ ଶିଶୁ ପୁତ୍ର ନିଖୋଜ ହୋଇଯାଇଛି। ଗତକାଲି ଯାମ୍ମି ମନ୍ମଧାଙ୍କ ପୁଅ ଯାମ୍ମୀ ହାର୍ଦ୍ଦିକ ଖେଳୁଥିବା ବେଳେ ହଠାତ୍ ନିଖୋଜ ହୋଇଯାଇଥିଲା। ଦୁଇ ଜଣ ଅଜଣା ବ୍ୟକ୍ତି ବାଇକରେ ଆସି ଯାମ୍ମୀଙ୍କୁ ଉଠାଇ ନେଇଥିବା ଅଭିଯୋଗ ହୋଇଛି।
ସୂଚନା ମୁତାବକ, କାଶୀନଗର ଏନଏସି କୁମୁଟି ସାହିର ଯାମ୍ମି ମନ୍ମଧା ଜଣେ କାଜୁ ବ୍ୟବସାୟୀ। ତାଙ୍କ ୬ ବର୍ଷର ପୁଅ ଯାମ୍ମୀ ହାର୍ଦିକ ଗତକାଲି ସନ୍ଧ୍ୟା ସମୟରେ ଘରଠୁ ଅଳ୍ପ ଦୂରରେ ନିଜ ସାଙ୍ଗଙ୍କ ସହ ଖେଳୁଥିଲା। ଏହି ସମୟରେ ବାଇକ୍ରେ ୨ ଜଣ ପହଞ୍ଚି ତମ ବାପା କେଉଁଠି ବୋଲି ହାର୍ଦିକଙ୍କୁ ପଚାରିଲେ। ଏହାପରେ ବାପା ଫ୍ୟାକ୍ଟ୍ରିରେ ଥିବା ପିଲାଟି କହିବାରୁ ଦେଖାଇ ଦେବାକୁ କହି ପିଲାଟିକୁ ବାଇକ୍ ମଝିରେ ବସାଇଥିଲେ। ପିଲାଟିର ସାଙ୍ଗ ତାଙ୍କ ସହିତ ଯିବାକୁ କହିବାରୁ ସେ ମନା କରିଥିଲେ। ଏହାପରେ ଦ୍ରୁତ ଗତିରେ ବାଇକ୍ ଚଳାଇ ପଳାଇଥିଲେ।
ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ସାରା ରାଜ୍ୟରେ ନିତିଦିନ ଏପରି ଘଟଣା ଦେଖିବାକୁ ମିଳିଛି। ଗତକାଲି ମଧ୍ୟ ଢେଙ୍କାନାଳରେ ମଧ୍ୟ ଜଣେ ଶିଶୁପୁତ୍ର ଗାଏବ ହୋଇଯାଇଥିଲା। ତେବେ ଆଜି ସକାଳୁ ତାହାର ମୃତ୍ୟୁ ଦେହ ଉଦ୍ଧାର ହୋଇଛି। ରାଜ୍ୟରେ କ୍ରମାଗତ ଭାବରେ ଶିଶୁ ଗାଏବ ଘଟଣା ଏବେ ଚର୍ଚ୍ଚାରେ ରହିଛି।
Comments are closed.