ଆସନ୍ତା କାଲି ଖୋଲିବ ରାଜ୍ୟ ଜନଜାତି ସଂଗ୍ରହାଳୟ

ଭୁବନେଶ୍ୱର: ଆସନ୍ତା କାଲି ଅର୍ଥାତ୍ ଡିସେମ୍ବର ୧୮ ତାରିଖଠାରୁ ଭୁବନେଶ୍ୱର ସିଆର୍ପି ଛକ ନିକଟ ରାଜ୍ୟ ଜନଜାତି ସଂଗ୍ରହାଳୟ ସର୍ବସାଧାରଣଙ୍କ ପାଇଁ ଖୋଲିବ। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ତାଲିମ ପ୍ରତିଷ୍ଠାନ ପରିସରରେ ଥିବା ଏହି ସଂଗ୍ରହାଳୟକୁ ସର୍ବସାଧାରଣଙ୍କ ନିମନ୍ତେ ବନ୍ଦ ରଖାଯାଇଥିଲା।
କୋଭିଡ୍-୧୯ ନିୟମ ପାଳନ ସହିତ ଜନଜାତି ସଂଗ୍ରହାଳୟ ଆସନ୍ତା କାଲି ଜନସାଧାରଣଙ୍କ ପାଇଁ ଖୋଲାଯିବା ନେଇ ନିଷ୍ପତ୍ତି ନିଆଯାଇଛି ବୋଲି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ତାଲିମ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଅଖିଳ ବିହାରୀ ଓତା ସୂଚନା ଦେଇଛନ୍ତି।
Comments are closed.