Odisha Link
Bridging the Missing Links in Odisha

ଢ଼େଙ୍କାନାଳ ଶିଶୁହତ୍ୟା ମାମଲା: ହତ୍ୟା କରି କୂଅରେ ଫିଙ୍ଗି ଦେଇଥିଲେ ସଂପର୍କୀୟ ମହିଳା

ଢ଼େଙ୍କାନାଳ: ୩ ବର୍ଷ ଶିଶୁପୁତ୍ରକୁ ହତ୍ୟା ମାମଲାର ପର୍ଦ୍ଦାଫାଶ ହୋଇଛି। ଗତକାଲି ଏକ ୩ ବର୍ଷର ଶିଶୁପୁତ୍ରକୁ ହତ୍ୟା କରି କୂଅରେ ଫିଙ୍ଗି ଦିଆଯାଇଥିବା ଘଟଣା ସାମ୍ନାକୁ ଆସିଥିଲା। ଆଜି ଏହି ମାମଲାର ପର୍ଦ୍ଦାଫାଶ ହୋଇଛି। ସଂପର୍କୀୟ ମହିଳା ହତ୍ୟା କରି କୂଅରେ ଫିଙ୍ଗି ଦେଇଥିବା ଜଣାପଡିଛି।

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟା କରାଯାଇଥିବା ଜଣାପଡିଛି। ଅଭିଯୁକ୍ତ ଭାରତୀ ସାହୁଙ୍କୁ ନିହଲ ପ୍ରସାଦ ପୋଲିସ୍ ଗିରଫ କରିଛି।ଗତକାଲିଠୁ ଥାନାରେ ଭାରତୀଙ୍କୁ ଅଟକ ରଖି ପୋଲିସ୍ ପଚରାଉଚାରା କରିଥିଲା।

ସୂଚନାଯୋଗ୍ୟ, ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ଖଙ୍କିରା ଗ୍ରାମରେ ଗତ ୧୬ ତାରିଖ ଠାରୁ ୩ ବର୍ଷର ଶିଶୁ କାଳିଆ ଅଚାନକ ଗାୟବ ହୋଇଯାଇଥିଲେ। ପରେ ଶିଶୁପୁତ୍ରର ମୃତଦେହ କୂଅରୁ ମିଳିଥିଲା। ଖଙ୍କିରା ଗ୍ରାମର ଏପରି ସମ୍ବେଦନ ଶୀଳ ଘଟଣାକୁ ନେଇ ବେଶ ଆଲୋଡନ ସୃଷ୍ଟି ହୋଇଥିଲା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କାଳିଆକୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ।

Comments are closed.