Odisha Link
Bridging the Missing Links in Odisha

କରୋନା: ରାଜ୍ୟରୁ ସୁସ୍ଥ ହେଲେ ୩୬୨ ଆକ୍ରାନ୍ତ

ଭୁବନେଶ୍ବର: ଦୀର୍ଘ ନଅ ମାସ ପରେ ରାଜ୍ୟରେ ହ୍ରାସ ପାଉଛି କରୋନା ସଂକ୍ରମଣ ସଂଖ୍ୟା। ଏହା ମଧ୍ୟରେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୯ଟି ଜିଲ୍ଲାରୁ ୩୬୨ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଆରୋଗ୍ୟଙ୍କ ସଂଖ୍ୟା ୩, ୨୧, ୩୦୯କୁ ବୃଦ୍ଧି ଘଟିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଶନିବାର ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୦ ଜଣ ସୁସ୍ଥ ହୋଇଛନ୍ତି। ସେହି ପରି ସୁନ୍ଦରଗଡ ଜିଲ୍ଲାରୁ ୪୦, ପୁରୀରୁ ୨୨, କଟକରୁ ୨୧, ଝାରସୁଗୁଡାରୁ ୨୦, ବାଲେଶ୍ଵରରୁ ୧୯, ବରଗଡରୁ ୧୮, ଅନୁଗୁଳରୁ ୧୭, କଳାହାଣ୍ଡିରୁ ୧୭, ମୟୂରଭଞ୍ଜରୁ ୧୭, ସମ୍ବଲପୁରରୁ ୧୬, ଯାଜପୁରରୁ ୧୪, ରାୟଗଡାରୁ ୧୩, ବଲାଙ୍ଗୀରରୁ ୧୧, କେନ୍ଦୁଝରରୁ ୯, ଜଗତସିଂହପୁରରୁ ୭, ଗଞ୍ଜାମରୁ ୬, କେନ୍ଦ୍ରାପଡାରୁ ୬, ମାଲକାନଗିରିରୁ ୬, ଭଦ୍ରକରୁ ୪, ବୌଦ୍ଧରୁ ୪, ନୟାଗଡରୁ ୩, ନୂଆପଡାରୁ ୩, ଦେବଗଡରୁ ୨, ଢେଙ୍କାନାଳରୁ ୨, କୋରାପୁଟରୁ ୨, ନବରଙ୍ଗପୁରରୁ ୨, ଗଜପତିରୁ ୧ ଓ ସୋନପୁରରୁ ଜଣେ କୋଭିଡ୍-୧୯ ରୋଗୀ କରୋନା ମୁକ୍ତ ହୋଇଛନ୍ତି।

ପ୍ରକାଶ ଯେ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୫୬ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୨୫ ହଜାର ୮୬୧କୁ ବୃଦ୍ଧି ପାଇଛି। ଅନ୍ୟପଟେ କରୋନା ଆଉ ୩ ଜଣଙ୍କ ମୁଣ୍ଡ ନେଇଛି। ଏହାକୁ ମିଶାଇ ରାଜ୍ୟରେ କରୋନଜନିତ ମୃତ୍ୟୁ ସଂଖ୍ୟା ୧୮୩୨ରେ ପହଞ୍ଚିଛି।

Comments are closed.