ଧାନ ଅମଳ ବେଳେ କଟିଲା ହାତ, ଚାଷି ଗୁରୁତର
![](https://www.odishalink.com/wp-content/uploads/2020/12/farmer.jpg)
ତେଲକୋଇ: ବିଲରେ ଧାନ ଅମଳ କରୁଥିବା ସମୟରେ ଏକ ଅଭାବନାୟ ଘଟଣା ଘଟିଛି। ଏହି ଦୁର୍ଘଟଣାଟି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ରାଇସୁଆଁ ପଞ୍ଚାୟତ ସମାକୁଦ ଗାଁରେ ଘଟିଛି।
ଜଣେ ଚାଷୀ ବିଲରେ ଧାନ ଅମଳ କରୁଥିବା ବେଳେ ମେସିନରେ ହାତ କଟିଯାଇ ଗୁରୁତର ହୋଇପଡିଛନ୍ତି। ଉକ୍ତ ବ୍ୟକ୍ତି ଜଣଙ୍କ ହେଲେ ସମାକୁଦ ଗାଁର କଳ୍ପତରୁ ବେହେରା ।
ସୂଚନାଯୋଗ୍ୟ ଯେ, ଶୁକ୍ରବାର ଦିନ ୨ଟା ସମୟରେ କଳ୍ପତରୁ ନିଜ ବିଲରେ ଧାନ ବେଙ୍ଗଳା ପକାଉଥିଲେ। ବେଙ୍ଗଳା କରୁଥିବାବେଳେ ଅସାବଧାନତା ବଶତଃ ମେସିନ ଭିତରେ ତାଙ୍କ ହାତ ପଶି ଯାଇଥିଲା । ଫଳରେ ତାଙ୍କ ହାତ କଟିଯାଇଥିଲା ।
ଚିତ୍କାର ଶୁଣି ପାଖରେ ଥିବା ପରିବାର ଲୋକ ତୁରନ୍ତ ତାଙ୍କୁ ଉଦ୍ଧାର କରି କାମାକ୍ଷାନଗର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରାଇଥିଲେ। ସେଠାରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରିଛନ୍ତି।
Comments are closed.