Odisha Link
Bridging the Missing Links in Odisha

ଜବତ ହେଲା ନକଲି ସୋୟା ବଡ଼ି କାରଖାନା

କଟକ: ଦିନକୁ ଦିନ କଟରେ ନକଲି କାରଖାନା ଠାବ ହେବାରେ ଲାଗିଛି। ଆଜି ବି କଟକରେ ସୋୟା ବଡ଼ି କାରଖାନା ଠାବ କରାଯାଇଛି। ସବୁ ଜିନିଷ ଶସ୍ତାରେ ମିଳୁଥିବା କଟକର ଜଗତପୁର ଅଞ୍ଚଳରେ ରହିଛି ଏହି ଅପମିଶ୍ରିତ ସୋୟା ବଡ଼ି କାରାଖାନା। ଏହି ନକଲି କାରଖାନାରେ ଅପମିଶ୍ରିତ ସୋୟା ବଡ଼ି ପ୍ରସ୍ତୁତ କରାଯାଇ ମହକ ବ୍ରାଣ୍ଡରେ ବିକ୍ରି କରାଯାଉଥିଲା।ନକଲି କାରଖାନାରୁ ବିପୁଳ ପରିମାଣର ସୋୟା ବଡ଼ି ଜବତ କରାଯାଇଛି ।

ଏହି ନକଲି କାରଖାନାରେ ଚାଉଳ ଓ ରାସାୟନିକ ସାମଗ୍ରୀ ବ୍ୟବହାର କରି ସୋୟା ବଡ଼ି ତିଆରି ହେଉଥିବା ନେଇ ଅଭିଯୋଗ ହୋଇଥିଲା। ଏହା ପରେ କମିଶନରେଟ୍ ପୋଲିସ ଚଢ଼ାଉ କରି ବିପୁଳ ଅପମିଶ୍ରିତ ସୋୟା ବଡ଼ି ଜବତ କରିବା ସହ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। କଟକରେ ନକଲି ସାମଗ୍ରୀ କାରବାର ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପୂର୍ବରୁ ନିୟମିତ ରେଡ୍ କରିବା ନେଇ ନିଷ୍ପତ୍ତି ନେଇଥିଲା।

ସିଏମସି ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନୋଡାଲ ଅଫିସର ଦାୟିତ୍ୱ ଦିଆଯାଇଥିବା ବେଳେ ରେଡ୍ ପାଇଁ ୧୦ଟି ସ୍କ୍ୱାଡ୍ ଗଠନ କରାଯାଇଛି । ୪ଟି ସ୍କ୍ୱାଡ୍ ଗ୍ରାମାଞ୍ଚଳ ପାଇଁ ସହରରେ ୬ଟି ସ୍କ୍ୱାଡ୍ ରେଡ୍ ପାଇଁ ଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଥିଲା।

Comments are closed.