Odisha Link
Bridging the Missing Links in Odisha

ପୂର୍ବ ଭାରତର ସାମାଜିକ ଓ ଅର୍ଥନୈତିକ ବିକାଶରେ ହେବ ଗେମ୍‌ଚେଞ୍ଜର: ଧର୍ମେନ୍ଦ୍ର

ଭୁବନେଶ୍ୱର: ତିନିଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗସ୍ତର ଦ୍ୱିତୀୟ ଦିନରେ ଇଣ୍ଡିଆନ ଅଏଲର ଅତ୍ୟାଧୁନିକ ଲ୍ୟୁବ୍ରିକାଂଟ୍ ପ୍ଲାଂଟ୍ ଲୋକାର୍ପଣ କରିବା ସହ ଏହି ପ୍ଲାଂଟ ପୂର୍ବ ଭାରତର ସାମାଜିକ ଓ ଅର୍ଥନୈତିକ ବିକାଶର ଗେମ୍‌ଚେଞ୍ଜର ହେବ ଏବଂ ବିଶ୍ୱସ୍ତରୀୟ ଲ୍ୟୁବ୍ରିକାଂଟ୍ ପାଇବାରେ ଭାରତକୁ ଆତ୍ମନିର୍ଭର କରିବ ବୋଲି ସେ କହିଛନ୍ତି।

ଏହି ପ୍ଲାଂଟ୍ ପାଇଁ ଇଣ୍ଡିଆନ ଅଏଲର ପଦକ୍ଷେପକୁ ପ୍ରଶଂସା କରିବା ସହ ଶୁଭେଚ୍ଛା ଜଣାଇଛନ୍ତି  ଧର୍ମେନ୍ଦ୍ର ପ୍ରଧାନ। ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ଦୃଷ୍ଟିକୋଣରେ ଥିବା ପୂର୍ବ ଭାରତର ତ୍ୱରିତ ବିକାଶ ଦିଗରେ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିଛନ୍ତି ଶ୍ରୀ ପ୍ରଧାନ। ସେ କହିଛନ୍ତି ଇଣ୍ଡିଆନ ଅଏଲ ଦ୍ୱାରା ନିର୍ମିତ ସର୍ଭୋ ଲ୍ୟୁବ୍ରିକାଂଟ୍ ବିଶ୍ୱସ୍ତରୀୟ ସ୍ୱଦେଶୀ ନିର୍ମିତ ଲ୍ୟୁବ୍ରିକାଂଟ୍।  ଯାହା ଆତ୍ମନିର୍ଭର ଭାରତରେ ବଡ଼ ଉଦାହରଣ। ସର୍ଭୋର ବିସ୍ତୃତ ସରାବରାହ କାରଣରୁ ଏହା ଅଟୋ ମୋବାଇଲ୍‌, ଶିଳ୍ପ, ସାମୁଦ୍ରିକ ଜାହାଜ, ରେଳବାଇ, ପ୍ରତିରକ୍ଷା ଏବଂ ଅନ୍ୟାନ୍ୟ ବିଶେଷ ବିଭାଗର ଆବଶ୍ୟକତାକୁ ପୂରଣ କରିଥାଏ।

ଏହି ଲ୍ୟୁବ୍ରିକାଂଟ୍ ଭାରତର ଇନ୍ଧନ କ୍ଷେତ୍ରରେ ଥିବା ବିଭିନ୍ନ ଆବଶ୍ୟକତାକୁ ପୂରଣ କରିବ। ଆଗାମୀ ଦିନରେ ମୁମ୍ବାଇ ଏବଂ ଚେନ୍ନାଇରେ ଲୁବ୍ରିକାଂଟ ପ୍ଲାଂଟ ପ୍ରତିଷ୍ଠା ହେବ। ଏହାର ଅଭିବୃଦ୍ଧି ଭଲ ରହିଛି। ବିଶ୍ୱରେ ଉର୍ଜା ଅଭିବୃଦ୍ଧିରେ ଭାରତ ଆଗରେ ରହିଛି। ଉର୍ଜାର ଅଭିବୃଦ୍ଧି କାରଣରୁ ଭାରତର ଓଡିଶା, ପଶ୍ଚିମବଙ୍ଗ, ଝାଡଖଣ୍ଡ, ବିହାର, ଉତର ପୂର୍ବ ଅଂଚଳର ବିକାଶ ହେବ। ପ୍ରଧାନମନ୍ତ୍ରୀ ପୂର୍ବ ଭାରତର ବିକାଶରେ କଳ୍ପନା କରିଛନ୍ତି। ଏ ଦିଗରେ ଏହି ପ୍ଲାଂଟ ବଡ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି।

Comments are closed.