Odisha Link
Bridging the Missing Links in Odisha

୨୩ରୁ ଖୋଲିବ ଶ୍ରୀମନ୍ଦିର, ପୁରୀ ଗସ୍ତ କରି ଦର୍ଶନ ବ୍ୟବସ୍ଥାର ସମୀକ୍ଷା କଲେ ୫-ଟି ସଚିବ

ପୁରୀ: ବହୁଦିନର ବ୍ୟବଧାନ ପରରେ ଭକ୍ତଙ୍କ ପାଇଁ ଖୋଲିବ ପୁରୀ ଶ୍ରୀମନ୍ଦିର। ଡିସେମ୍ବର ୨୩ ତାରିଖରେ ମନ୍ଦିର ଖୋଲିବାକୁ ଥିବାବେଳେ ଶନିବାର ଦିନ ସକାଳୁ ସକାଳୁ ପୁରୀ ଗସ୍ତ କରି ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ୫-ଟି ସଚିବ ଭିକେ ପାଣ୍ଡିଆନ୍।

ଆଜି ସକାଳୁ ସକାଳୁ ବରିଷ୍ଠ ଅଧିକାରୀଙ୍କ ସହ ପୁରୀର ବିଭିନ୍ନ ବିକାଶମୂଳକ କାମର ସମୀକ୍ଷା କରିଛନ୍ତି ୫-ଟି ସଚିବ ଭି.କେ. ପାଣ୍ଡିଆନ। ତେବେ ୫-ଟି ସଚିବଙ୍କ ସହ ଉନ୍ନୟନ କମିଶନର ସୁରେଶ ମହାପାତ୍ର, ଶ୍ରୀମନ୍ଦିର ପ୍ରଶାସକ କ୍ରିଷନ୍ କୁମାର , ପୁରୀ ଜିଲ୍ଲାପାଳ ଓ ଏସ୍‌ପି ପ୍ରମୁଖ ଉପସ୍ଥିତ ରହିଥିଲେ।

ଆଉ ମାତ୍ର ୩ ଦିନ ପରେ ଖୋଲିବାକୁ ଯାଉଛି ଶ୍ରୀମନ୍ଦିର। ଆସନ୍ତା ୨୩ରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବେ କେବଳ ପୁରୀ ସହରବାସୀ। ପୌର ପାଳିକା ପକ୍ଷରୁ ଏନେଇ ୱାର୍ଡ ୱାରୀ ଟୋକନ୍ ବ୍ୟବସ୍ଥା ହେବ। ଶୃଙ୍ଖଳିତ ଭାବେ କୋଭିଡ୍ -୧୯ କଟକଣାକୁ ପାଳନ କରି ସହରବାସୀ ଦର୍ଶନ କରିବେ। ତେବେ ଡିସେମ୍ବର ୩୧ରୁ ଜାନୁଆରୀ ୨ ସାଧାରଣ ଦର୍ଶନ ବନ୍ଦ। ଏହାପରେ ଜାନୁୟାରୀ ୩ରୁ ୫ହଜାର ଭକ୍ତଙ୍କୁ ଦର୍ଶନ ଅନୁମତି ମିଳିବ ବୋଲି ସୂଚନା ରହିଛି।

ସୂଚନାଥାଉକି, ଶ୍ରୀକ୍ଷେତ୍ରକୁ ବିଶ୍ବ ଐତିହ୍ୟ କରିଡରରେ ସାମିଲ କରିବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ଯୋଜନା କରୁଛନ୍ତି। ଏପରିକି ପୁରୀରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଜାରି ରହିଛି। କିଛିଦିନ ତଳେ ମୁ୍ଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତ କରି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ।

Comments are closed.