ରାଜ୍ୟରେ ବଢିବ ଶୀତ, ୫ ଡିଗ୍ରୀ ତଳକୁ ଖସିବ ପାରଦ
ଭୁବନେଶ୍ୱର: ରାଜ୍ୟରେ ଆଗକୁ ପ୍ରବଳ ଶୀତ ହେବାର ଅନୁମାନ କରିଛି ପାଣିପାଗ ବିଭାଗ। ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାତିର ସର୍ବନିମ୍ନ ତାପମାତ୍ର ୩ରୁ ୫ ଡିଗ୍ରୀ ସେଲସିୟସ୍ କମିବ। ହେଲେ ଚଳିତବର୍ଷ ଶୀତର ପ୍ରକୋପ କମ୍ ଅଛି। କିନ୍ତୁ ରାଜ୍ୟ ଉପରୁ ଗୁରୁଚାପ ବଳୟ ହଟିବା ସହ ଉତ୍ତର ଦିଗରୁ ଥଣ୍ଡା ପବନ ବହିବା ଆରମ୍ଭ ହୋଇଛି।
ଆଗାମୀ ୪୮ ଘଣ୍ଟା ଭିତରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ଅସ୍ୱାଭାବିକ ଭାବେ ହ୍ରାସ ପାଇବ ବୋଲି ଅନୁମାନ କରିଛି ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବା ଦ୍ୱାରା ଭୀଷଣ ଥଣ୍ଡା ଅନୁଭୂତ ହେବ। ରାତି ତାପମାତ୍ରା ୪-୫ ଡିଗ୍ରୀ ସେଲସିୟସ୍ ହ୍ରାସ ପାଇପାରେ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି।
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଦାରିଙ୍ଗବାଡିରେ ୧୨.୫ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇ ଥିବାବେଳେ ଝାରସୁଗୁଡାରେ ୧୩.୪, ଅନୁଗୋଳ ଓ କୋରାପୁଟରେ ୧୪, ଫୁଲବାଣୀରେ ୧୪.୫, କଟକରେ ୧୫.୮, ବାରିପଦାରେ ୧୫.୨, ସମ୍ବଲପୁରରେ ୧୫.୫, ସୁନ୍ଦରଗଡରେ ୧୫ ଏବଂ ତାଳଚେରରେ ୧୫.୩ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି।
ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳର ଢେଙ୍କାନାଳ, ଅନୁଗୋଳ, ମାଲକାନଗିରି, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, ରାୟଗଡା, କୋରାପୁଟ ଏବଂ କନ୍ଧମାଳ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣ କୁହୁଡି ଅନୁଭୂତ ହେବାର ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
Comments are closed.