Odisha Link
Bridging the Missing Links in Odisha

ଆରମ୍ଭ ହେଲା ବିଜେଡ଼ି କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର: ଆଜି ବିଜେଡ଼ି ସୁପ୍ରିମୋଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି କାର୍ଯ୍ୟ କାରିଣୀ ବୈଠକ। ଭାର୍ଚୁଆଲ ମାଧ୍ୟମରେ ଉପସ୍ଥିତ ଅଛନ୍ତି ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ। ୮୦ ଜଣ କାର୍ଯ୍ୟ କାରିଣୀ ସଦସ୍ୟ ଉପସ୍ଥିତ ରହିଛନ୍ତି। ଦଳର ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ଅଛନ୍ତି। ଏହାସହ ଅନେକ ନିମନ୍ତ୍ରିତ ଅତିଥିମାନେ ମଧ୍ୟ ଉପସ୍ଥିତ ଅଛନ୍ତି। ତେବେ ବୈଠକରେ ଦିବଙ୍ଗତ ନେତା ପ୍ରଦୀପ ମହାରଥୀଙ୍କ ପାଇଁ ୧ ମିନିଟ ନିରବ ପ୍ରାର୍ଥନା କରଯାଇ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା।

ଏହା ସହିତ ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ ବିଜେଡିର ରାଜନୈତିକ ଭବିଷ୍ୟତକୁ ନେଇ ଦୃଢମତ ପୋଷଣ କରିଛନ୍ତି। ସେ କହିଛନ୍ତି ଯେ, ବିଜେଡି ଆଗକୁ ଆହୁରି ୫୦ରୁ ୧୦୦ ବର୍ଷ ପର୍ଯ୍ୟନ୍ତ ରାଜ୍ୟରେ ସକ୍ରୀୟ ରହିବ। ଦଳୀୟ ନେତା ଓ କର୍ମୀଙ୍କୁ ସେ ଷଷ୍ଠଥର ପାଇଁ ପ୍ରସ୍ତୁତି କରିବାକୁ ଆହ୍ୱାନ କରିଛନ୍ତି। ସେ କହିଥିଲେ ଯେ, ‘ଆମେ ସମସ୍ତେ ନିଜ କର୍ତ୍ତବ୍ୟ ଠିକ ଭାବେ କରିବା। ନିଜେ ଦାୟିତ୍ୱ ନେଇ କାମ କର। ଏମିତି କାମ କର ଯେମିତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଛବି ମଳିନ ନ ପଡ଼ୁ । ମୁଖ୍ୟମନ୍ତ୍ରୀଙ୍କ ବିକାଶମୂଳକ କାର୍ଯ୍ୟର ବାର୍ତ୍ତା ଘରେ ଘରେ ପହଞ୍ଚାଅ’।

ସେପଟେ ବରିଷ୍ଠ ନେତା ପ୍ରଶନ୍ନ ଆଚାର୍ଯ୍ୟ କହିଛନ୍ତି, ବିଜେଡିର ଆଭିମୁଖ୍ୟକୁ ନେଇ ବୈଠକରେ କିଛି ପ୍ରଶ୍ନ ଉଠିଥିଲା। କିଛି ଦ୍ଵନ୍ଦ ବି ରହିଥିଲା। ହେଲେ ଯୁବ ବିଜେଡି କାର୍ଯ୍ୟ କାରିଣୀରେ ସବୁ ପ୍ରଶ୍ନ ଆଉ ଦ୍ଵନ୍ଦର ଉତ୍ତର ରଖିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ। ଓଡ଼ିଶାର ସ୍ୱାର୍ଥ କ୍ଷେତ୍ରରେ ଯେଉଁମାନେ ଅବହେଳା କରିବେ ତାଙ୍କ ବିରୁଦ୍ଧରେ ଲଢେଇ ହେବ। କେନ୍ଦ୍ର ଅବହେଳା ବିରୁଦ୍ଧରେ ଜୋରଦାର ଲଢେଇ କରାଯିବ। ବିଜେଡି ଏକ ପରିବାର। ପରିବାର ଭିତରେ ଏବଂ ଘର ଭିତରେ ବହୁ ମତ ପାର୍ଥକ୍ୟ ଥାଏ। ପରିବାରର ଯିଏ ମୁଖ୍ୟ ଦଳର ସୁପ୍ରିମୋ ଯାହା ନିର୍ଦେଶ ଦେବେ ଆମେ ତାକୁ ପାଳନ କରିବୁ। ସେଥିରେ କିଛି ସମସ୍ୟା ନାହିଁ।

ଠିକ୍‌ ସେହିଭଳି କେନ୍ଦ୍ରର କୃଷି ଆଇନକୁ ନେଇ ସାଂସଦ ପିନାକୀ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। କେନ୍ଦ୍ର ସରକାର ଚାଷୀଙ୍କୁ ଗୁରୁତ୍ୱ ଦେବା ଉଚିତ୍‌। ସେ ଚାଷୀଙ୍କ କ୍ଷତି, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, କୋଭିଡରେ ଦେଶର ସଫଳତା ଓ ବିଜେପି ଶାସିତ ରାଜ୍ୟରେ ବିଫଳତା ପ୍ରସଙ୍ଗ ଉଠାଇ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ସାଂସଦ ପିନାକୀ ମିଶ୍ର।

Comments are closed.