କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ମାମଲା ରୁଜୁ

ଭୁବନେଶ୍ୱର: ବର୍ଷା ଓ ଅନୁଭବ ବିବାଦ ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ବର୍ଷାଙ୍କ ଏତଲା ଆଧାରରେ ପୁରୀଘାଟ ଥାନାରେ ମାମଲା ରୁଜୁ କରିଛି। ବର୍ଷା ପ୍ରିୟଦର୍ଶନୀଙ୍କ ଏତଲା ଆଧାରେ ମାମଲା ରୁଜୁ କରିଛି ପୁରୀ ଘାଟ ଥାନା ପୁଲିସ। ଘରୋଇ ହିଂସା ଓ ନିର୍ଯାତନା ନେଇ ବର୍ଷା ଏତଲା କରିଥିଲେ। ଅନୁଭବଙ୍କ ୨ ସହଯୋଗୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ କରାଯାଇଛି। ଅନୁଭବ ଓ ତାଙ୍କ ସହଯୋଗୀଙ୍କୁ ଏନେଇ ପୁଲିସ ପଚରାଉଚରା କରିଛି। ଦୁଇ ଦିନ ତଳେ ବର୍ଷା ଓ ଅନୁଭବଙ୍କ ଯୁକ୍ତିତର୍କର ଏକ ଭିଡିଓ ଭାଇରାଲ ହୋଇଥିଲା। ଭାଇରାଟ ଭିଡିଓ ନେଇ ବର୍ଷା ଅଭିଯୋଗ କରିଥିଲେ।
ଅନ୍ୟପଟେ ଆଜି ପୁଲିସ ଡିଜିଙ୍କୁ ଚିଠି ଲେଖି ସୁରକ୍ଷା ମାଗିଛନ୍ତି ସାଂସଦ ଅନୁଭବ ମହାନ୍ତି। ଏଥିରେ ସେ ଅଭିଯୋଗ କରିଛନ୍ତି, ତାଙ୍କ ଓ ତାଙ୍କ ପରିବାର ପ୍ରତି ଷଡଯନ୍ତ୍ର ଚାଲିଛି। ଚିଠି ସହ ପୁଲିସ ଡିଜିଙ୍କ ପାଖରେ କିଛି ଘଟଣାକୁ ଦର୍ଶାଇଛନ୍ତି ଅନୁଭବ। ଚିଠିରେ ତାଙ୍କ ବିରୁଦ୍ଧରେ ଚକ୍ରାନ୍ତ କରୁଥିବା ବ୍ୟକ୍ତିଙ୍କ ନାଁ ଦର୍ଶାଇଛନ୍ତି। କିଛି ଦିନ ତଳେ ବର୍ଷା ପ୍ରୟିଦର୍ଶିନୀ ଓ ତାଙ୍କ ଦୁଇଉଭଣୀଙ୍କ ସହିତ ଫୋନ କଥା ହେଉଥିବାର ଏକ ଅଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏଥିରେ ତାଙ୍କ ଓ ତାଙ୍କ ପରିବାର ବିରୋଧରେ ଷଡଯନ୍ତ୍ର ହେଉଥିବା ଅଭିଯୋଗ ଆଣିଛନ୍ତି ଅନୁଭବ।
ତେଣୁ ଏହି ଅଡିଓର ସତ୍ୟାସତ୍ୟ ଯାଂଚ କରିବାକୁ ସେ ଦାବି କରିଛନ୍ତି। ଯଦି ଅଡିଓ ମିଛ ହୋଇଥାଏ ତାହାହେଲେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି। ତେବେ ଜଣେ ଲୋକ ପ୍ରତିନିଧି ଓ ଜଣେ ଅଭିନେତ୍ରୀ। ଉଭୟ ଲୋକମାନଙ୍କ ପାଇଁ ଆଦର୍ଶ ହୋଇଥିବା ବେଳେ ଉଭୟଙ୍କ ମଧ୍ୟରେ ଏଭଳି ବିବାଦ ଲୋକମାନଙ୍କୁ ଚିନ୍ତା କରିବାକୁ ବାଧ୍ୟ କରୁଛି ଯେ ଆଦର୍ଶ ମାନେ ବି ସାଧାରଣ ଆମଭଳି ଜୀବନ ଯାପନ କରନ୍ତି। ଆମଭଳି ବି ସେମାନଙ୍କ ଘରେ କଳି ଝଗଡା ଥାଏ । ମନାନ୍ତର ମତାନ୍ତର ବି ଥାଏ।
ହେଲେ ସେମାନେ କେବଳ ପରଦା ଉପରେ ଓ ଜନସଭାରେ ଆମ ମାନଙ୍କୁ ଶୃଙ୍ଖଳିତ ଜୀବନ ଜିଇଁବାକୁ ଉପଦେଶ ଦେଇଥା’ନ୍ତି ହେଲେ ନିଜ ଜୀବନରେ ସେ ସେବୁଠାରୁ ଅନେକ ଦୂରରେ ରହିଥା’ନ୍ତି। ଅନ୍ୟପଟେ ଗାନ୍ଧୀଙ୍କ ବାଣୀ ‘ମୁଁ ଯାହା କହୁଛି ତାହା କର ହେଲେ ମୁଁ ଯାହା କରୁଛି ତାକୁ ନେଇ ପ୍ରଶ୍ନ ପଚାର ନାହିଁ’ ର ସଠିକ୍ ବ୍ୟବହାର କରନ୍ତି ଏହି ତଥା କଥିତ ଆଦର୍ଶ ମାନେ।
Comments are closed.