ଏହି ଦେଶରେ ଡ଼ିସେମ୍ବର ୩୦ ଯାଏଁ ଲକଡାଉନ୍ ଜାରି

ନୂଆଦିଲ୍ଲୀ: ବିଶ୍ୱରେ କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗୁଥିବା ବେଳେ ଥମିବାରେ ନାଁ ନେଉ ନାହିଁ। ଇତିମଧ୍ୟରେ ଏକ ନୂଆ ପ୍ରକାରର କରୋନା ଭୁତାଣୁକୁ ନେଇ ବ୍ରିଟେନରେ ଆଶଙ୍କା ବଢିଛି। ଲଣ୍ଡନ ଓ ଏହାର ଆଖ ପାଖ ଆଞ୍ଚଳରେ ଏକ ନୂଆ ପ୍ରକାର ଭେଦର କରୋନା ଦ୍ରୁତ ଗତିରେ ବ୍ୟାପୁଛି।
ଏହା ବର୍ତ୍ତମାନ ବ୍ରିଟେନ୍ ସରକାରଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଏନେଇ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଡିସେମ୍ବର ୩୦ ତାରିଖ ଯାଏ ରାଷ୍ଟ୍ରୀୟ ଲକଡାଉନ୍ ଜାରି କରିଛନ୍ତି। ଏହା ସହ ଖ୍ରୀଷ୍ଟମାସ ସମୟରେ ଭିଡ, କେଳାହଳ କୁ ଦୃଷ୍ଟିରେ ରଖି ପୂର୍ବରୁ କୋହଳ କରାଯାଇଥିବା ପ୍ରତିବନ୍ଧକକୁ ମଧ୍ୟ ବାତିଲ୍ କରାଯାଇଛି।
Comments are closed.