Odisha Link
Bridging the Missing Links in Odisha

ଜାଲ୍ ଦସ୍ତଖତ କରି ଲୁଟି ନେଲେ ୧୮ କୋଟି

ଭୁବନେଶ୍ୱର: ଜାଲ ଦସ୍ତଖତ କରି ଲୁଟି ନେଲେ ୧୮ କୋଟି। ୧୮ କୋଟି ଟଙ୍କା ଠକି ନେବା ଅଭିଯୋଗରେ ଦୁଇ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତ ହେଉଛନ୍ତି ବ୍ରହ୍ମପୁର ଛେତ୍ରୀର ପ୍ରଭାସ ଚନ୍ଦ୍ର ମିଶ୍ର ଓ ଆଠଗଡ଼ ପିତିରିର ରୁଦ୍ର ଦାଶ।

ନୂଆପଲ୍ଲୀ ଥାନା ପୁଲିସ ଏହି ମାମଲାର ଅଧିକ ତଦନ୍ତ ପାଇଁ ରିମାଣ୍ଡ ଆବେଦନ କରିଥିଲା। କୋର୍ଟ ଗୋଟିଏ ଦିନ ପାଇଁ ରିମାଣ୍ଡ ମଞ୍ଜୁର ପ୍ରଦାନ କରିଥିଲେ। ଅଭିଯୁକ୍ତମାନେ ମୂଳ କାଗଜପତ୍ର ଲୁଚାଇ ରଖିଥିବା ବେଳେ ଏହାକୁ ଆଣିବା ପାଇଁ ପୁଲିସ ପଚରା ଉଚରା ଜାରି ରଖିଛି। ଆଜି ଦୁହିଁଙ୍କୁ କୋର୍ଟରେ ହାଜର କରାଯିବ ବୋଲି ପୁଲିସ କହିଛି।

ସୂଚନା ଯୋଗ୍ୟ, ଆଇଆରସି ଭିଲେଜରେ ନନ୍ଦକିଶୋର ବେହେରା, ଜଗନ୍ନାଥ ବେହେରା ସୁପର ଷ୍ଟ୍ରକଚର ପ୍ରାଇଭେଟ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଥିଲେ। ନନ୍ଦ କିଶୋର ଏହି କନଷ୍ଟ୍ରକସନ ସଂସ୍ଥା ଖୋଲିବା ପରେ ଅଭିଯୁକ୍ତ ଦୁଇ ବନ୍ଧୁଙ୍କୁ ଆର୍ଥିକ ସାହାଯ୍ୟ ମାଗିଥିଲେ। ସେମାନେ ଟଙ୍କା ଦେଇ ପାର୍ଟନର ଦେବାକୁ କହିଥିଲେ। ସେମାନେ ଟଙ୍କା ଦେବା ପରେ ନନ୍ଦଙ୍କ ସହ ମିଶି ଏକାଠି କାମ କରୁଥିଲେ। କ୍ରମେ ଲକ୍ଷ ଲକ୍ଷ ଟଙ୍କାର ବିଲ ହଡ଼ପ କରିବାକୁ ଲାଗିଥିଲା। ଏଭଳି ୧୮ କୋଟି ୩୧ ଲକ୍ଷ ୪୮ ହଜାର ୯୭୮ ଟଙ୍କା ଠକି ନେଇଥିଲେ। ଏ ନେଇ ନୂଆପଲ୍ଲୀ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଡିସେମ୍ବର ୫ ତାରିଖ ଦିନ ଦୁଇ ଠକଙ୍କୁ ଗିରଫ କରିଥିଲା।

Comments are closed.