Odisha Link
Bridging the Missing Links in Odisha

କଟକରେ ପୁଣି ଏକ ନକଲି ଘିଅ କାରଖାନା ଠାବ

କଟକ: କଟକ ବାଦାମବାଡ଼ି ଥାନା ଅନ୍ତର୍ଗତ ପିଠାପୁର ମୁନ୍ ଲାଇଟ୍ ଗଳିରୁ ଗୋଟିଏ ଅପମିଶ୍ରିତ ଘିଅ କାରଖାନାକୁ ଠାବ କରିଛି ପୁଲିସ।ଏହି ମାମଲାରେ ପୋଲିସ ଜଣଙ୍କୁ ଅଟକ ରଖିଛି।

ଏହି କାରଖାନାରେ ଦୁର୍ଗା ବ୍ରାଣ୍ଡ ନାଁରେ ଘିଅରେ ଅପମିଶ୍ରଣ କରାଯାଉଥିଲା। ମୋନାଲିସା ହୋଟେଲ ପଛପଟେ ଥିବା ମୁନ ଲାଇଟ୍ ଲେନର ପ୍ରାୟ ଆଠଟି ଘରେ ଏହି ନକଲି ଓ ଅପମିଶ୍ରଣ ଘିଅ କାରବାର ଚାଲିଥିଲା।

ପୁଲିସ ଖବର ପାଇବା ପରେ ଅଚାନକ ସେହି କାରଖାନା ଉପରେ ଚଢ଼ାଉ କରିଥିଲା। କାରଖାନାର ମାଲିକ ବିଭିନ୍ନ ନାମୀଦାମୀ ବ୍ରାଣ୍ଡର ଘିଅକୁ ଭେଜାଲ ଜରି ପ୍ୟାକିଂ କରି ବଜାରକୁ ଛାଡ଼ୁଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

ଦୁଇ ଦିନ ତଳେ କଟକ ଜଗତପୁର ଅଞ୍ଚଳରୁ ଗୋଟିଏ ଅପମିଶ୍ରିତ ସୋୟା ବଡି କମ୍ପାନୀ ଠାବ ହୋଇଥିଲା।

Comments are closed.