ପରୀ ହତ୍ୟାକାଣ୍ଡ ଅଭିଯୁକ୍ତ ସାବାଳକ: ଏସ୍ଆଇଟି

ନୟାଗଡ଼: ଆଜି ପରୀ ହତ୍ୟାକାରୀ ତଥା ଅଭିଯୁକ୍ତ ସରୋଜକୁ ପୋସ୍କୋ କୋର୍ଟରେ ହାଜର କରାଯାଇଛି। ଏସ୍ଆଇଟି କୋର୍ଟରେ ଏକ ଚାଞ୍ଚଲ୍ୟ କର ତଥ୍ୟ ରଖିଛି। ସେଠାରେ ଅଭିଯୁକ୍ତର ବୟସ ପ୍ରମାଣ ପତ୍ର ଦାଖଲ କରିଛି। ଅଭିଯୁକ୍ତ ନାବାଳକ ନୁହେଁ, ତାର ବୟସ ୧୮ ବର୍ଷ।
ପ୍ରକାଶ ଯେ, ଏସ୍ଆଇଟି ଟିମ୍ ରବିବାର ସନ୍ଧ୍ୟାରେ ଯଦୁପୁରରୁ ଅଭିଯୁକ୍ତଙ୍କୁ ଉଠାଇ ନେଇଥିଲା। ପରୀ ହତ୍ୟା ମାମଲାର ତଦନ୍ତ ଭାର ଦାୟିତ୍ବ ନେଇଥିବା ଏସଆଇଟିର ମୁଖ୍ୟ ଅରୁଣ ବୋଥ୍ରା କହିଛନ୍ତି ଯେ, ଅଭିଯୁକ୍ତ ବିରୋଧରେ ଯଥେଷ୍ଟ ପ୍ରାମାଣ ଅଛି।
ପରୀ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ ୩ ଦିନିଆ ରିମାଣ୍ଡରେ ନେଲା ଏସଆଇଟି। ରିମାଣ୍ଡରେ ନେବାକୁ ଏସଆଇଟିକୁ ଅନୁମତି ଦେଲେ ପକ୍ସୋ କୋର୍ଟ । ୪ ଦିନିଆ ରିମାଣ୍ଡରେ ନେବାକୁ ଏସଆଇଟି ଆବେଦନ କରିଥିବା ବେଳେ ୩ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି କୋର୍ଟ । ମାମଲାର ଶୁଣାଣି ପକ୍ସୋକୋର୍ଟରେ ହିଁ ଚାଲିବ । ଆଜି ଅଭିଯୁକ୍ତକୁ କୋର୍ଟରେ ହାଜର କରିଥିଲା ଏସଆଇଟି ।
ନୟାଗଡ ପରୀ ହତ୍ୟା ମାମଲାରେ ଜଣଙ୍କୁ ଗିରଫ କରାଯାଇଥିଲା । ଅଭିଯୁକ୍ତ ଜଣକ ଯଦୁପୁର ଗାଁର ବୋଲି ସୂଚନା ମିଳିଛି । ଅଭିଯୁକ୍ତ ବିରୋଧରେ ୩୬୪, ୩୦୨, ୨୦୧, ୩୬୭-ଓ, ୩୭୬-ଏବି ଆଇପିସି ଧାରାରେ ମାମଲା ରୁଜୁ ହୋଇଛି ।
Comments are closed.