ଇନଷ୍ଟିଚ୍ୟୁଟ୍ ଅଫ ସ୍କଲାର୍ସ ଦ୍ୱାରା ସୋଆର ଗବେଷକ ସମ୍ମାନିତ
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନର ପ୍ଲେସମେଂଟ ଅଫିସର ସତିଶ କୁମାର ସାମଲ ଇନଷ୍ଟିଚ୍ୟୁଟ ଅଫ ସ୍କଲାର୍ସ ଦ୍ୱାରା ୨୦୨୦ ପାଇଁ ୟଙ୍ଗ ରିସର୍ଚ୍ଚର ସମ୍ମାନରେ ସମ୍ମାନିତ ହୋଇଛନ୍ତି।
ଗତ ଶନିବାର ଦିନ ଏକ ଭର୍ଚୁଆଲ କାର୍ଯ୍ୟକ୍ରମ ମାଧ୍ୟମରେ ସାମଲଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ତାଙ୍କ ସନ୍ଦର୍ଭ ଫ୍ରିକ୍ୱେନ୍ସି ଆଣ୍ଡ ଟେମ୍ପରେଚର ଡିପେଣ୍ଡେଟ ଡାଏଲେକଟ୍ରିକ ଫିଚର୍ସ ଅଫ ମଲ୍ଟିକମ୍ପୋନେଣ୍ଟ ମ୍ୟାଟେରିଆଲ ନିମନ୍ତେ ଏହି ସମ୍ମାନ ପ୍ରଦାନ କରାଯାଇଛି।
ସାମଲ ସୋଆ ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ଟେକ୍ନିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚରୁ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇନଷ୍ଟ୍ରୁମେଂଟେସନ ଇଞ୍ଜିନିୟରିଂରେ ବି.ଟେକ୍ କରିଥିବାବେଳେ ଭିଏଲଏସଆଇ ଆଣ୍ଡ ଏମଡେଡେଡ୍ ସିଷ୍ଟମରେ ଏମ.ଟେକ କରିଛନ୍ତି। ବର୍ତମାନ ସେ ଆଇଟିଇଆର ରେ ଇଲେକଟ୍ରୋନିକ ଫିଲଡ ସିଫ୍ଟର୍ସରେ ପି.ଏଚ.ଡି ଜାରି ରଖିଛନ୍ତି ।
ଏନସିସି ଏବଂ ଏନଏସଏସରେ ସକ୍ରିୟ ଥିବା ସତୀଶ ୨୦୧୭ ମସିହାରେ ବିଶ୍ୱବିଦ୍ୟାଳୟ ଚାନସେଲର୍ସ ଆୱାର୍ଡ ହାସଲ କରିଥିବା ବେଳେ ୨୦୧୮ରେ ସୋଆ ପକ୍ଷରୁ ଆୟୋଜିତ ନ୍ୟାସନାଲ ଚିଲଡ୍ରେନ୍ସ ସାଇନ୍ସ କଂଗ୍ରେସରେ ସଂଯୋଜକ ଥିଲେ ।
Comments are closed.