କାଲିଠୁ +୩ ନାମଲେଖା ପାଇଁ ଆବେଦନ ଆରମ୍ଭ
![](https://www.odishalink.com/wp-content/uploads/2020/12/admission.jpg)
ଭୁବନେଶ୍ୱର: ରାଜ୍ୟର ସମସ୍ତ କଲେଜରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ହେବା ପରେ ଅନେକ ସିଟ ଖାଲି ପଡ଼ିଛି। ସିଟ ପୂରଣ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆରମ୍ଭ ହୋଇଛି। ଉଚ୍ଚଶିକ୍ଷା ବିଭାଗ ତରଫରୁ ସମସ୍ତ ଡିଗ୍ରୀ ଓ ସ୍ୱୟଂଶାସିତ କଲେଜକୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି।
ପ୍ରଥମ ପର୍ଯ୍ୟାୟ ନାମଲେଖାରେ ଯେଉଁ ଛାତ୍ରଛାତ୍ରୀମାନେ କମନ ଆପ୍ଲିକେସନ ଫର୍ମ ଦାଖଲ କରିନାହାନ୍ତି ସେମାନେ ଏଥିରେ ନୂଆ ଆବେଦନ କରିବାକୁ ହେଲେ ପେମେଣ୍ଟ ଦେବାକୁ ପଡ଼ିବ। ଯେଉଁମାନେ ପ୍ରଥମ ପର୍ଯ୍ୟାୟରେ ନାମଲେଖାଇ ସାରିଛନ୍ତି ଅଥବା ଆବେଦନ କରି ନାମଲେଖାଇ ନାହାନ୍ତି, ସେମାନେ ମଧ୍ୟ ଆବେଦନ କରିପାରିବେ। ସେମାନଙ୍କୁ ଆଉ ପେମେଣ୍ଟ ଦେବାକୁ ପଡ଼ିବ ନାହିଁ।
ଡିସେମ୍ବର ୨୩ରୁ ୨୮ ମଧ୍ୟରେ ଅନଲାଇନ ଆବେଦନ କରିହେବ। ଜାନୁଆରୀ ୬ରୁ ୧୦ ତାରିଖ ମଧ୍ୟରେ ନାମଲେଖା ଯିବା ସହ ଇ-ସ୍ପେଶରେ ଡାଟା ଅପଡେଟ କରାଯିବ।
Comments are closed.