କରୋନା ନୂଆ ଷ୍ଟ୍ରେନ୍: ଆସିଛି ୧୭ଟି ପରିବର୍ତ୍ତନ

ନୂଆଦିଲ୍ଲୀ: ୟୁକେରେ କରୋନା ଭାଇରସର ନୂଆ ଷ୍ଟ୍ରେନ୍ ଦେଖିବାକୁ ମିଳୁଛି। ଭାଇରସର ନୂଆ ଷ୍ଟ୍ରେନ ପ୍ରସଙ୍ଗରେ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଦେଇଛନ୍ତି ନୀତି ଆୟୋଗ ସଦସ୍ୟ ଡାକ୍ତର ଭିକେ ପଲ୍। ସୂଚନା ମୁତାବକ, ପ୍ରାୟ ସମସ୍ତ ଭାଇରସରେ ମ୍ୟୁଟେସନ ଆସେ।
ମାତ୍ର କରୋନା ଭାଇରସର ନୂଆ ଷ୍ଟ୍ରେନ୍ରେ ଏକା ଥରେ ୧୭ଟି ପରିବର୍ତ୍ତନ ଆସିଛି। ଫଳରେ ଭାଇରସର ନୂଆ ଷ୍ଟ୍ରେନ୍ ଏବେ ସୁପରସ୍ପେଡର ହୋଇଯାଇଛି। ଏହା ଦ୍ୱାରା ସଂକ୍ରମଣ ମାତ୍ର ୭୦ ପ୍ରତିଶତ ବଢିଯାଇଛି। ମାତ୍ର ଏହା ଦ୍ୱାରା ମୃତ୍ୟୁ ହାର ବଢିନାହିଁ। ଅଷ୍ଟ୍ରେଲିଆ ଓ ୟୁରୋପରେ ଏହି ନୂଆ ଷ୍ଟ୍ରେନ୍ ଦେଖିବାକୁ ମିଳିଛି। ଭାରତରେ ଏହି ଷ୍ଟ୍ରେନ୍ ଏପର୍ଯ୍ୟନ୍ତ ମିଳିନାହିଁ।
ବ୍ରିଟେନ ଆସୁଥିବା ସମସ୍ତଯାତ୍ରୀଙ୍କ ଉପରେ କଡ଼ା ନଜର ରଖାଯିବ। ନଭେମ୍ବର ୨୫ରୁ ଡିସେମ୍ବର ୨୨ ମଧ୍ୟରେ ଆସିଥିବା ଯାତ୍ରୀଙ୍କ ଯାଞ୍ଚ ହେବ। ଏଥିସହ ବ୍ରିଟେନ ବା ବ୍ରିଟେନ ଦେଇ ଆସିଥିବା ଯାତ୍ରୀମାନଙ୍କ ଯାଞ୍ଚ କରାଯିବ। ଇମ୍ରିଗେସନ ସହାୟତାରେ ସମସ୍ତ ଯାତ୍ରୀଙ୍କ ତାଲିକା ରାଜ୍ୟମାନଙ୍କୁ ଦିଆଯିବ। ତାଲିକା ଅନୁସାରେ ରାଜ୍ୟସରକାର ସଂପୃକ୍ତ ଯାତ୍ରୀମାନଙ୍କ ଯାଞ୍ଚ କରିବେ।
Comments are closed.