ଆମେରିକାରେ ଓଡ଼ିଆ ମ୍ୟାନେଜରଙ୍କ ମୃତ୍ୟୁ
ଭୁବନେଶ୍ବର: ଆମେରିକାର ଏକ ହୋଟେଲରେ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବା ଜଣେ ଓଡ଼ିଆ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙକ ହେଲେ ଅଖିଳ ଭୁବନ ସୁମନ୍ତ କୁମାର ଦୀନବନ୍ଧୁ। କିନ୍ତୁ ତାଙ୍କର ପରିବାର କିମ୍ବା ଓଡ଼ିଶାର କେଉଁଠି ତାଙ୍କ ଘର, ସେ ସମ୍ପର୍କରେ କୌଣସି ସୂଚନା ପାଇପାରି ନାହିଁ ଡଲାସ ପୁଲିସ।
ପ୍ରକାଶ ଯେ, ଅଖିଳ ଭୁବନ ପ୍ରାୟ ୧୦ ବର୍ଷ ହେଲା ଡଲାସରେ ଏକୁଟିଆ ରହୁଥିଲେ। ପ୍ରାୟ ୫ବର୍ଷ ହେଲା ସେ ରହୁଥିବା ଘର ସାମ୍ନାରେ ଏକ ମୋଟେଲରେ ମ୍ୟାନେଜର ଭାବେ କାମ କରୁଥିଲେ। ଗତ ୧୭ ତାରିଖ ସକାଳୁ ପୁଲିସ ଅଖିଳଙ୍କ ମୃତଦେହ ତାଙ୍କ ଘରୁ ଉଦ୍ଧାର କରିଥିଲା। ହୃଦ୍ଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ଅଖିଳ କେବଳ ଓଡ଼ିଶାର ଲୋକ ବୋଲି ମୋଟେଲ କର୍ତ୍ତୃପକ୍ଷ ସୂଚନା ଦେଇ ପାରିଥିଲେ।
କିନ୍ତୁ ତାଙ୍କର ବିସ୍ତୃତ ଠିକଣା ମିଳିପାରି ନ ଥିଲା। ମୃତଦେହକୁ ସଂରକ୍ଷିତ ରଖାଯାଇଛି। ତାଙ୍କ ପରିବାର କିମ୍ବା ଘର କେଉଁ ଅଞ୍ଚଳରେ ଯଦି କେହି ଜାଣିଥାନ୍ତି ତା’ହେଲେ ସହାୟତା କରିବା ଲାଗି ସେଠାରେ ରହୁଥିବା ପ୍ରବାସୀ ଓଡ଼ିଆ ଅନୁରୋଧ କରିଛନ୍ତି।
Comments are closed.