ନକଲି ସିମେଣ୍ଟ କାରଖାନା ଠାବ, ଜଣେ ଅଟକ

କଟକ: କଟକରେ ପୁଣି ଏକ ନକଲି କଳକାରଖାନାକୁ ଜବତ କରାଯାଇଛି। ଜଗତପୁର ଏକ୍ସିସ୍ ବ୍ୟାଙ୍କ ସାମ୍ନାରେ ନକଲି ସିମେଣ୍ଟ କାରଖାନା ଉପରେ ଚଢ଼ାଉ କରିଛି ଜଗତପୁର ଥାନା ପୁଲିସ। ତାସହ ଜଣଙ୍କୁ ଅଟକ ରଖା ଯାଇଛି।
ସୂଚନାନୁଯାୟୀ, ପୁଲିସ ଚଢ଼ାଉ ସମୟରେ ମେସିନ୍ ସମେତ ବିପୁଳ ପରିମାଣର ସିମେଣ୍ଟ, ନାମଦାମୀ କମ୍ପାନୀର ପ୍ୟାକିଂଗ୍ ବ୍ୟାଗ ଜବତ କରାଯାଇଛି। ଏହି କାରଖାନାରେ ୪ ରୁ ୫ ବର୍ଷ ଧରି ଏଠାରେ ଏଭଳି କାରବାର କରାଯାଉଥିବା ବେଳେ ଏଥିରେ ଏକାଧିକ ଲୋକଙ୍କ ସମ୍ପୃକ୍ତ ରହିଛି। ଏହାସହ ଦିନ ୧୧ଟା ୩୦ ମିନିଟ୍ ସମୟରେ ଚଢ଼ାଉକୁ ବ୍ୟାପକ କରାଯିବାର ସୂଚନା ମିଳିଛି।
Comments are closed.