ମାଟିତଳୁ ମିଳିଲା ଲ୍ୟାଣ୍ଡମାଇନ ସହ ମାଓ ସାମଗ୍ରୀ
ମାଲକାନଗିରି: ଆନ୍ଧ୍ର-ଓଡ଼ିଶା ବର୍ଡରରେ କୁମ୍ବିଂ କରୁଥିବା ସମୟରେ ପୁଲିସକୁ ଏକ ବଡ଼ ସଫଳତା ମିଳିଛି।ମାଟିତଳୁ ଲ୍ୟାଣ୍ଡମାଇନ ସହ ମାଓ ସାମଗ୍ରୀ ଉଦ୍ଧାର କରିଥିଲା ୧୨୦ କିଲୋ ଓଜନର ଦୁଇଟି ଲ୍ୟାଣ୍ଡମାଇନ, ଡଟୋନେଟର୍, ମାଓ ପୋଷାକ, ତାର ଓ ମାଓପୁସ୍ତକ ଇତ୍ୟାଦି ପୁଲିସ ଉଦ୍ଧାର କରିଥିବା ଜଣାଯାଇଛି।
ସୂଚନା ଅନୁସାରେ, ଗତବର୍ଷ ଆନ୍ଧ୍ରପ୍ରଦେଶର ଆରକୁ ବିଧାୟକ ଓ ପୂର୍ବତନ ବିଧାୟକଙ୍କୁ ନକ୍ସଲ ହତ୍ୟା କରିଥିଲେ। ଘଟଣାସ୍ଥଳକୁ ପୁଲିସ ଯିବ ବୋଲି ଜାଣି ନକ୍ସଲ ପୂର୍ବରୁ ରାସ୍ତାରେ ଲ୍ୟାଣ୍ଡମାଇନ ପୋତିଥିଲେ। ତେବେ ପୁଲିସ ନକ୍ସଲର ଚାଲ୍ ଜାଣିବା ପରେ ସେହି ଅଞ୍ଚଳକୁ ଅତି ସତର୍କତାର ସହ ଯାଇଥିଲା।
ମାଲକାନଗିରି ଏସପି ଋଷିକେଶ ଖିଲାରୀ ଆଜି ସାମ୍ବାଦିକ ସମ୍ମିଳନୀରେ ନକ୍ସଲଙ୍କ ରହସ୍ୟ ଉନ୍ମୋଚନ କରିଥିଲେ। ପୁଲିସ ଏବଂ ପୁଲିସର ସୂଚନାଦାତାଙ୍କୁ ଟାର୍ଗେଟ କରିବା ପାଇଁ ନକ୍ସଲ ଏହି ଲ୍ୟାଣ୍ଡମାଇନ ପୋତିଥିବା ଜଣାଯାଇଥିଲା। ଅଳ୍ପକେ ପୁଲିସ ବଡ଼ ଅଘଟଣରୁ ବର୍ତ୍ତି ଯାଇଥିବା କୁହାଯାଇଛି।
Comments are closed.