ଶସ୍ତା ହେଲା କୋଭିଡ ପରୀକ୍ଷା, ଶହେ ଟଙ୍କାରେ ହେବ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ

ଭୁବନେଶ୍ବର: ରାଜ୍ୟରେ ବିଗତ କିଛିଦିନ ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଏପରିକି ରାଜ୍ୟ ସରକାର କୋଭିଡ ଟେଷ୍ଟ ସଂଖ୍ୟା ପୂର୍ବ ଅପେକ୍ଷା କମ୍ କରି ଦେଇଛନ୍ତି। ଏସବୁ ସତ୍ତ୍ବେ ରାଜ୍ୟ ସରକାର କୋଭିଡ ଟେଷ୍ଟକୁ ନେଇ ନେଇଛନ୍ତି ବଡ଼ ପଦକ୍ଷେପ। ରାଜ୍ୟ ସରକାର ସୋମବାର ଦିନ ର୍ୟାପିଡ ଆଣ୍ଟିଜେନ୍ ଟେଷ୍ଟର ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି।
ଏଣିକି ରାଜ୍ୟରେ କେବଳ ଶହେ ଟଙ୍କାରେ ରାଜ୍ୟବାସୀ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ କରି ପାରିବେ। ଏପରିକି ବେସରକାରୀ ସଂସ୍ଥା ମାନେ ଜନତାଙ୍କଠୁ ଶହେ ଟଙ୍କାରୁ ଅଧିକ ଟଙ୍କା ନନେବା ପାଇଁ ତାଗିଦ୍ ମଧ୍ୟ କରିଛନ୍ତି।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩ ଲକ୍ଷ ୨୬ ହଜାର ୫୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୩ ହଜାର ୦୫୭ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୩ ଲକ୍ଷ ୨୧ ହଜାର ୬୪୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୮୩୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି। ଏବେ ସୁଦ୍ଧା ରାଜ୍ୟରେ ୬୬ ଲକ୍ଷ ୩୫ ହଜାର ୯୮୦ ସାମ୍ପୁଲ ଟେଷ୍ଟ୍ ହୋଇଛି।
Comments are closed.