ଏହି ରାଜ୍ୟରେ ଶସ୍ତା ହେବ ପେଟ୍ରୋଲ୍

ଭୋପାଳ: ପେଟ୍ରୋଲ ଓ ଡିଜେଲ୍ ଦର ଦିନକୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିରେ ଏବେ ମଧ୍ୟପ୍ରଦେଶ ସରକାର ରାଜ୍ୟବାସୀଙ୍କୁ ଆଶ୍ୱସ୍ତି କଲା ଭଳି ଖବର ଦେଇଛନ୍ତି। ରାଜ୍ୟର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ନେତୃତ୍ୱରେ ଆଜି କ୍ୟାବିନେଟ୍ ବୈଠକରେ ପେଟ୍ରୋଲ ଓ ଡିଜେଲ୍ ଦର ଶସ୍ତା ହେବାକୁ ନିଷ୍ପତ୍ତି ନିଆଯାଇଛି।
କ୍ୟାବିନେଟ୍ ବୈଠକ ପରେ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କହିଛନ୍ତି, ଡିଜେଲ ଓ ପେଟ୍ରୋଲ ଉପରେ ଯେଉଁ ସେସ୍ ଲଗାଯାଇଥିଲା ତାହା ହଟାଇବାକୁ ନିଷ୍ପତ୍ତି ନିଆଯାଇଛି। ଡିଜେଲ୍ ଓ ପେଟ୍ରୋଲ ଦରରେ ଲଗାଯାଇଥିବା ସେସକୁ ଆଜି ହଟାଯିବ ବୋଲି ଅନୁମାନ କରାଯାଉଛି।
ଏ ନେଇ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ସତ କିନ୍ତୁ ଏ ସମ୍ବନ୍ଧୀୟ କୌଣସି ଆନୁଷ୍ଠାନିକ ନିର୍ଦ୍ଦେଶାନାମା ଜାରି କରାଯାଇନାହିଁ। ତେବେ ସେସ୍ ହଟିବା ପରେ ଡିଜେଲ ଓ ପେଟ୍ରୋଲ୍ ଦର ଶସ୍ତା ହେବ କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ।
ରାଜଧାନୀ ଭୋପାଳରେ ଡିସେମ୍ବର ୨୨ ତାରିଖରେ ପେଟ୍ରୋଲ ଦର ୯୧.୫୦ ଟଙ୍କା ଥିଲା। ଅନ୍ୟପକ୍ଷରେ ଭୋପାଳରେ ଡିଜେଲ ଦର ଲିଟର ପିଛା ୮୧.୬୮ ଟଙ୍କାରେ ବିକ୍ରି ହେଉଛି। ସୂଚନାଯୋଗ୍ୟ, ଡିଜେଲ୍ ଓ ପେଟ୍ରୋଲ ଦର ଉପରେ ରାଜ୍ୟ ସରକାର ସେସ୍ ଲଗାଇଥିଲା। ଯାହା ପରେ ଡିଜେଲ ଓ ପେଟ୍ରୋଲ ଦର ବୃଦ୍ଧି ପାଇଥିଲା।
Comments are closed.