ସଡ଼କ ଦୁର୍ଘଟଣା, ଜଣେ ମୃତ

ସୋର: ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାଟି ବାଲେଶ୍ୱର ଜିଲ୍ଲା ରେ ଘଟିଛି। ମୃତଙ୍କ ଜଣକ ହେଲେ ସୋର ଥାନା ମହୁମୁହାଣ ପଞ୍ଚାୟତ ମଲିଚୁଆ ଗାଁର ଗଣେଷ ସିଂହ ବୋଲି ଜଣାପଡିଛି।ଗଣେଷ ଙ୍କୁ ପ୍ରଥମେ ଚିକିତ୍ସା ନିମନ୍ତେ ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲେ। କିନ୍ତୁ ସେଠାର ଗଣେଷଙ୍କର ମୃତ୍ୟୁ ଘୋଷଣା କରିଥିଲେ ଡାକ୍ତର। ସୂଚନା ଅନୁଯାୟୀ, ଗଣେଷ ସିଂ ପଥର ଖାଦାନରୁ କାମ କରୁଥିଲେ। ସେ କାମ ସାରି ଘରକୁ ଫେରୁଥିବା ବେଳେ ପଛ ପଟୁ ଏକ ଟ୍ରାକ୍ଟର ଆସି ଧକ୍କା ଦେଇଥିଲା । ଯାହାଫଳରେ ଟ୍ରାକ୍ଟରଟି ଗଣେଷ ଉପରେ ମାଡିଯାଇଥିଲା ।
ପୁଲିସ ଖବର ପାଇ ମୃତଦେହକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କ ହସ୍ତାନ୍ତର କରିଥିଲା । ପରିବାର ଲୋକେ ବାଗୁଡ଼ି ଖାଦାନାରେ ପହଞ୍ଚି ସିଙ୍ଗାଖୁଣ୍ଟା-ବାଗୁଡି ରାସ୍ତାରେ ଶବ ରଖି ରାସ୍ତାରୋକ କରିଛନ୍ତି ।
କ୍ଷତିପୂରଣ ଦାବିରେ ରାସ୍ତାରୋକ କରାଯାଇଛି । ଖବର ପାଇ ଟ୍ରକ ମାଲିକ ସଙ୍ଘ ପକ୍ଷରୁ ଉତ୍ତ୍ଯକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ମୃତ ଗଣେଶଙ୍କ ପରିବାରକୁ ୨୦ ହଜାର ଟଙ୍କାର ସହଯୋଗ କରିଥିଲେ ।
Comments are closed.