ପରୀକୁ ମାରିବା ପରେ ଧର୍ଷଣ କରିଛି ସରୋଜ ସେଠୀ

ଭୁବନେଶ୍ବର: ନୟାଗଡ଼ର ବହୁଚର୍ଚ୍ଚିତ ପରୀ ହତ୍ୟାକାଣ୍ଡର ଅପରାଧୀ ଗିରଫ ହୋଇଥିବା ବେଳେ ଏ ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସମ୍ପୂର୍ଣ୍ଣ ତଥ୍ୟ ଉପସ୍ଥାପନା କରିଛନ୍ତି ସ୍ବତନ୍ତ୍ର ତଦନ୍ତକାରୀ ଦଳ (SIT) ମୁଖ୍ୟ ଅରୁଣ ବୋଥ୍ରା। ନୟାଗଡ଼ ଥାନା ଯଦୁପୁର କାଁର +୩ ଛାତ୍ର ସରୋଜ ସେଠୀ ପରୀକୁ ପ୍ରଥମେ ପରୀକୁ ହତ୍ୟା କରିବା ପରେ ଧର୍ଣଷ କରିବା ପାଇଁ ଚେଷ୍ଟା କରିଛି ବୋଲି ଶ୍ରୀ ବୋଥ୍ରା କହିଛନ୍ତି।
ସରୋଜ ମୋବାଇଲରେ ନିୟମିତ ଶିଶୁ ଯୌନକ୍ରିୟା ଭିଡିଓ ନିୟମିତ ଦେଖେ। ଏଥିରୁ ଉତ୍ସାହ ପାଇ ସେ ପରୀକୁ ଦୁଷ୍କର୍ମ କରିବାକୁ ଯୋଜନା କରିଛି। ସରୋଜର ବାପା ନାହାନ୍ତି। ତାଙ୍କର ଭଉଣୀ ଚାକିରି କରେ। ଘଟଣାର ପୂର୍ବଦିନ (ଜୁଲାଇ ୧୩) ସରୋଜ ସାରାରାତି ପର୍ଣ ଭିଡିଓ ଦେଖିଛି। ଜୁଲାଇ ୧୪ ତାରିଖରେ ଘରେ କେହି ନଥିବା ସମୟରେ ସେ ଅପରାଧ ଘଟାଇଛି। ପରୀ ତାଙ୍କ ଘର ପଛପଟେ ଥିବା ଜାମୁକୋଳି ଗଛରୁ କୋଳି ଖାଇବା ପାଇଁ ଏକା ଯାଇଥିବା ବେଳେ ତାକୁ ସରୋଜ ନିଜ ଘରର ପଛପଟେ ଥିବା ଗୋଟିଏ କୋଠରୀକୁ ନେଇ ପରୀ ଦେହରୁ ସମସ୍ତ ବସ୍ତ୍ର ଖୋଲିଛି। ପରୀ ବିରୋଧ କରିବାରୁ ସରୋଜ ତାକୁ ହତ୍ୟା କରିଛି ବୋଲି ଶ୍ରୀ ବୋଥ୍ରା କହିଛନ୍ତି।
ତେବେ ହତ୍ୟା କରିବା ପରେ ପରୀର ଶବ ସହ ଦୁଷ୍କର୍ମ ଉଦ୍ୟମ କରିଛି ସରୋଜ। ଏଥିରେ ସେ ସମ୍ପୂର୍ଣ୍ଣ ସଫଳ ନ ହେଲେ ବି ତା’ର ରେତ ସ୍ଖଳନ ହୋଇଛି ବୋଲି ଶ୍ରୀ ବୋଥ୍ରା ସୂଚନା ଦେଇଛନ୍ତି। ପରେ ପରୀର ଉଲଗ୍ନ ଶବକୁ ଅଖାରେ ପୂରାଇ ପୋଖରୀ ପାଖରେ ଫିଙ୍ଗିଛି ଅପରାଧୀ। ଆଜି ଠାରୁ ତିନି ଦିନ ସରୋଜକୁ ରିମାଣ୍ଡରେ ନେଇଛି ଏସ୍ଆଇଟି। ଅପରାଧ ନେଇ ବୋଥ୍ରା ସାମ୍ବାଦିକ ସମ୍ମିଳନୀରେ କିଛି ପ୍ରମାଣ ଉପସ୍ଥାପନା କରିଥିବା ବେଳେ ପରେ ଅଧିକ ପ୍ରମାଣ ଦିଆଯିବ ବୋଲି ଶ୍ରୀ ବୋଥ୍ରା କହିଛନ୍ତି। ଅପରାଧୀ ଅନ୍ୟ ଦୁଇ ଜଣଙ୍କ ସାମନାରେ ନିଜର ଦୋଷ ସ୍ବୀକାର କରିଛି ବୋଲି ମଧ୍ୟ ସେ କହିଛନ୍ତି।
Comments are closed.