ନିଜ ବିବାହ ପ୍ରସଙ୍ଗରେ ମୁହଁ ଖୋଲିଲେ ଆଲିଆ

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଆଲିଆ ଓ ଅଭିନେତା ରଣବୀର ନିଜ ପ୍ରେମ ସମ୍ପର୍କ ପାଇଁ ଚର୍ଚ୍ଚାରେ ରହିଛନ୍ତି। ଉଭୟ ପରସ୍ପରକୁ ଦୀର୍ଘ ୨ବର୍ଷ ହେବ ଡେଟ୍ କରୁଥିବା ବେଳେ ପୁଣି ଥରେ ସେମାନଙ୍କର ବିବାହକୁ କଥାବାର୍ତ୍ତା ଆରମ୍ଭ ହେଲା।
ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ବିବାହ ଖବର ପୁଣିଥରେ ସାମ୍ନାକୁ ଆସିବା ପରେ ଅଭିନେତ୍ରୀ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ, ସେ ଶୀଘ୍ର ବିବାହ କରିବେ ନାହିଁ, କାରଣ ସେ ଏବେ ବହୁତ ଛୋଟ ଅଛନ୍ତି।
ଏକ ସାକ୍ଷାତକାରରେ ଆଲିଆ ପ୍ରଶ୍ନ କରିଛନ୍ତି ଯେ, ମୁଁ କେବେ ବିବାହ କରିବି ? ସମସ୍ତେ ମୋତେ କାହିଁକି ପଚାରୁଛନ୍ତି ମୁଁ କେବେ ବିବାହ କରିବି? ଆପଣ ଜାଣନ୍ତି ଯେ ମୋର ବୟସ ମାତ୍ର ୨୫ ବର୍ଷ, ଏବଂ ମୁଁ ଭାବୁଛି ବର୍ତ୍ତମାନ ବିବାହ କରିବା ସେତେଟା ଉଚିତ୍ ହେବନାହିଁ।
Comments are closed.